ଭିନ୍ନକ୍ଷମ ଚିହ୍ନଟିକରଣ ଶିବିରରେ ଯୋଗ ଦେଲେ ୧୦୨ ଛାତ୍ରଛାତ୍ରୀ

Dec 9, 2024 - 19:54
 0  8
ଭିନ୍ନକ୍ଷମ ଚିହ୍ନଟିକରଣ ଶିବିରରେ ଯୋଗ ଦେଲେ ୧୦୨ ଛାତ୍ରଛାତ୍ରୀ

ବାରିପଦା: ୦୯.୧୨.୨୦୨୪// ସମଗ୍ର ଶିକ୍ଷା ମୟୁରଭଞ୍ଜ ତରଫରୁ ଲାଲବଜାର ପ୍ରାଥମିକ ବିଦ୍ୟାଳୟ ରେ ଭିନ୍ନକ୍ଷମ ଚିହ୍ନଟି କରଣ ଶିବିର ଆୟୋଜିତ ହୋଇଯାଇ ଅଛି.ଏହି ଶିବିରରେ ବାରିପଦା, ଶାମାଖୁଣ୍ଟା ଓ ବଡ଼ସାହି ବ୍ଲକରେ ପାଠ ପଢ଼ୁଥିବା ୧୦୨ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ସେମାନଙ୍କର ଅବିଭାବକ ଯୋଗ ଦେଇଥିଲେ। ଏହି ଶିବିରର ମୁଖ୍ୟ ଉଦେଶ୍ୟ ହେଲା ପିଲାମାନଙ୍କର ଆବଶ୍ୟକ ହେଉଥିବା ବିଭିନ୍ନପ୍ରକାର ଉପକରଣ ମାନ ଯୋଗାଇଦେବା ପାଇଁ ପାଇବାପାଇଁ ସ୍ଥିରକରାଗଲା। ଭୁବନେଶ୍ୱର ସ୍ଥିତ କୃତ୍ରିମ ଅଙ୍ଗନିର୍ମାଣ ନିଗମ ALIMCO ରୁ ଡ଼. ଦୀପକ କୁମାର ଜେନା ବାକ ଓ ଶ୍ରବଣ ବିଶେଷଜ୍ଞ, ଡ. ପ୍ରଦୀପ୍ତା ପାତ୍ର କୁତ୍ରିମ ଅଙ୍ଗ ବିଶେଷଜ୍ଞ ଓ ଗୋପାଳ ତିୱାରୀ ଡାଟା ଆସିଷ୍ଟାଣ୍ଟ ଉପସ୍ଥିତ ରହି ପିଲାଙ୍କର ଆବଶ୍ୟକତା ଅନୁଯାଇ ଉପକରଣ ସ୍ଥିର କରିଥିଲେ। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ନିରଞ୍ଜନ ନାୟକ ସଭା ପରିଚାଳନା କରିଥିଲେ. ମୋରଡାର ଗୋଷ୍ଠୀ ସମ୍ବଳ ଶିକ୍ଷକ ଦୁର୍ୟୋଧନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ବାରିପଦା ଗୋଷ୍ଠୀ ସମ୍ବଳ ଶିକ୍ଷାୟତ୍ରୀ ଶ୍ରୀମତୀ ରେଖାରଣୀ ଦାସ ଓ ଶ୍ରୀ ଦିଲୀପ କୁମାର ଦାସଙ୍କ ତତ୍ୱାବଧାନରେ ଶିବିର ପରିଚାଳନା ହୋଇଥିଲା. ବଡ଼ସାହି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ବଳ ଶିକ୍ଷୟତ୍ରୀ ବାସନ୍ତୀ ନାୟକ, ଶାମାଖୁଣ୍ଟାର ଗୋଷ୍ଠୀ ସମ୍ବଳ ଶିକ୍ଷକ ସରୋଜ କୁମାର ଦାସ ପ୍ରମୁଖଙ୍କ ମିଳିତ ସହଯୋଗରେ ଚିହ୍ନଟିକରଣ ଶିବିଟି ଶେଷ ହୋଇଅଛି. ଉକ୍ତ ଆକଳନ ଶିବିରରେ ୧୦୨ ଜଣ ବିଭିନ୍ନ ଉପକରଣ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ