।। ଭବାନୀପାଟଣା ମ୍ୟୁନିସିପାଲିଟି ଛକରେ 709 ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ।।

Aug 28, 2024 - 11:50
 0  505
।। ଭବାନୀପାଟଣା ମ୍ୟୁନିସିପାଲିଟି ଛକରେ 709 ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ।।

ଆଜି ସକାଳୁ ସକାଳୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମ୍ୟୁନିସିପାଲିଟି ଛକ ନିକଟରେ ଘଟିଛି ଏକ ମର୍ମତୁଦ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଯାଉଥିବା ଏକ 709ଗାଡି ଚକ ତଳେ ଚାପି ହୋଇ ଜଣେ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ଚାରବାହାଲ ଗାଁର ସୁନିଲ ପଣ୍ଡା ବୋଲି ଜଣା ପଡ଼ିଥିବା ବେଲେ ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ସ୍ଥାନୀୟ ଟାଉନଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଂଚିଛି। ସହର ମଧ୍ୟରେ ଭାରୀଯାନ ଚଳାଚଳ ଉପରେ କଟକଣା ରହିଥିଲେ ହେଁ ସହର ଭିତରକୁ ଭାରୀଯାନ ପ୍ରବେଶ ବନ୍ଦ ହୋଇପାରିନାହିଁ। ଏହାକୁ ନେଇ ଜନ ଅସନ୍ତୋଷ ବଢ଼ୁଥିବାବେଳେ ପୂର୍ବରୁ ଲୋକେ ରାସ୍ତାରୋକ ମଧ୍ୟ କରିଥିଲେ କିନ୍ତୁ ପରିସ୍ଥିତିରେ ସୁଧାର ଆସିନାହିଁ। ଯାହାଫଳରେ ସହରରେ ଭାରୀଯାନ ଯୋଗୁଁ ଦୁର୍ଘଟଣା ଘଟି ବିଭିନ୍ନ ସମୟରେ ଧନ ଜୀବନ ହାନୀ ହେଉଛି।

 ଭବାନୀପାଟଣା ବ୍ଲକରୁ ମାନସ କୁମାର ନାଇକ ଙ୍କ ରିପୋଟ ଫାଷ୍ଟ ନିୟୁଷ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 3
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ