ବ୍ଲକ୍ ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଓ କ୍ରୀଡାପ୍ରତିଯୋଗିତା ଆୟୋଜିତ

Dec 5, 2024 - 04:52
 0  16
ବ୍ଲକ୍ ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଓ କ୍ରୀଡାପ୍ରତିଯୋଗିତା ଆୟୋଜିତ

ନୂଆପଡ଼ା : ସଦର ବ୍ଲକ୍ ନୂଆପଡ଼ାର ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଖରିଆରରୋଡ ଠାରେ ନୂଆପଡ଼ା ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଓ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ନୂଆପଡ଼ା ହେମସାଗର ମହାନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖରିଆରରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଡ.ସୋନିଆ ଜୈନ, ସମ୍ମାନୀତ ଅତିଥି ଭାବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତ୍ ରାମ ନାଏକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ଦାସ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୧୫୨ ଜଣ ଛାତ୍ରଛାତ୍ରୀ ତାଙ୍କର ପିତାମାତା ଓ ଅଭିଭାବକ ଉପସ୍ଥିତ ଥିଲେ। ଭାନପୁର ଉଚ୍ଚ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀ କୁମକୁମ ଚନ୍ଦ୍ରକାର ଗତବର୍ଷ ମାଟ୍ରିକ ପରୀକ୍ଷାରେ A2 ଗ୍ରେଡ ହାସଲ କରିଥିବାରୁ ଉପଢ଼ୌକନ ଏବଂ ସ୍ମୃତିଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କୁ ନେଇ ବାଳକ ଓ ବାଳିକା ବିଭାଗରେ ଦୌଡ଼ ପ୍ରତିଯୋଗିତା , ମ୍ୟୁଜିକ ଚେୟାର , ଜିଲପି ଦୌଡ଼, ହାଣ୍ଡିପିଟା ଇତ୍ୟାଦି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହନନ୍ଦ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ଦାସ ଯୋଗଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ବ୍ଲକ ସାଧନକର୍ମୀ ଉପେନ୍ଦ୍ର ସାମଲ ଏବଂ କାର୍ତ୍ତିକ ବିଶ୍ଵାଳ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଦିବ୍ୟାଙ୍ଗ ଦିବସ ପାଳନ ଏବଂ କ୍ରୀଡ଼ା ପ୍ରତିଯୋଗିତାରେ କ୍ରୀଡ଼ାଶିକ୍ଷକ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ