ବେଲଘର ବନାଞ୍ଚଳ: ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣାରେ ରେଞ୍ଜର ନିଲମ୍ବିତ

Jan 20, 2026 - 17:08
 0  1
ବେଲଘର ବନାଞ୍ଚଳ: ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣାରେ ରେଞ୍ଜର ନିଲମ୍ବିତ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା) : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ର ବେଲଘର ବନାଞ୍ଚଳ ଅନ୍ତର୍ଗତ ଝିରିପାଣି ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣା ର ତଦନ୍ତ ପରେ ବେଲଘର ରେଞ୍ଜର ବିନୟ କୁମାର ବିଶି ନିଲମ୍ବିତ ହୋଇଥିବା ସୂଚନା ମିଳିଛି l ଚଳିତ ମାସ ଜାନୁଆରୀ ମାସ ୫ ତାରିଖ ରେ ଝିରିପାଣି ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଅଭିଯୋଗ ହୋଇଥିଲା l ହାତୀ ମୃତ୍ୟୁ ପରେ ମୃତ ଦେହ ଅନ୍ୟତ୍ର ଲୁଚାଇ ଚପାଇବାକୁ ରେଞ୍ଜର ଉଦ୍ୟମ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା l ହାତୀ ମୃତ୍ୟୁ ପରେ ମୁଣ୍ଡୁଟି ଜଙ୍ଗଲ ରୁ ମୃତ ଦେହ କୁ ଅନ୍ୟତ୍ର ନିଆଯାଇ ବେଲଘର ପଞ୍ଚାୟତ ର କାଡାପାନା ନର୍ସରୀ ରେ ଖଣ୍ଡ ବିଖଣ୍ଡିତ କରି ପୋତା ଯାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା l ବେଲଘର ରେଞ୍ଜର ବିନୟ କୁମାର ବିଶି ଘଟଣା କୁ ଚପାଇଦେବାକୁ ଉଦ୍ୟମ କରିଥିବା ନେଇ ତଦନ୍ତ ରୁ ବାଲିଗୁଡା ଡ଼ିଏଫଓ ଘନଶ୍ୟାମ ମହନ୍ତ ସ୍ପଷ୍ଟ ହୋଇଥିଲେ l ତଦନ୍ତ ପରେ ବେଲଘର ରେଞ୍ଜର ବିନୟ କୁମାର ବିଶି ଙ୍କୁ ନିଲମ୍ବିତ କରାଯିବା ସହ ଅଧିକ ତଦନ୍ତ ଅବ୍ୟାହତ ରଖାଯାଇଥିବା ବିଷୟ ଡି ଏଫ ଓ ପ୍ରକାଶ କରିଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ