ବିଷୁବ ସାହିତ୍ୟ ଆସର ଏବଂ ଓଡିଆ ନବବର୍ଷ ପାଳନ ଉତ୍ସବ ୨୦୨୫

Apr 15, 2025 - 16:54
 0  36
ବିଷୁବ ସାହିତ୍ୟ ଆସର ଏବଂ ଓଡିଆ ନବବର୍ଷ ପାଳନ ଉତ୍ସବ ୨୦୨୫

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୪.୦୪.୨୦୨୫ ରିଖ: ନବରଙ୍ଗପୁର ସରୋଜିନୀ କଲ୍ଯାଣ ମଣ୍ଡପ ଠାରେ ସୀମାନ୍ତ ସାହିତ୍ୟ ପରିବାର ନବରଙ୍ଗପୁର ର ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ବିଷୁବ ସାହିତ୍ୟ ଆସର ଏବଂ ଓଡିଆ ନବବର୍ଷ ପାଳନ ଉତ୍ସବ ୨୦୨୫ ସହିତ ସଂଯୁକ୍ତା ତ୍ରିପାଠୀ ସ୍ମୃତି ପ୍ରତିଷ୍ଠାନ ସଭା ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ମାନ୍ୟବର ବିଧାୟକ ଗୌରୀ ଶଙ୍କର ମାଝୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମାଜସେବୀ ସମସ୍ତଙ୍କ ମାର୍ଗଦର୍ଶକ ନାରାୟଣ ପାତ୍ର, ବରିଷ୍ଠ ଅଧିବକ୍ତା ଝାଡେଶ୍ୱର ଖାଡ଼ଙ୍ଗା, ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀଙ୍କ ଦାୟାଦ ତଥା ଦିବଂଗତ କବୟତ୍ରୀ, ଆକାଶବାଣୀ ର ସ୍ବୀକୃତି ହାସଲ କଳାକାର ସଂଯୁକ୍ତା ତ୍ରିପାଠୀ ଙ୍କ ବଡ ଭାଇ କେଦାରନାଥ ତ୍ରିପାଠୀ ସହ ମୁଖ୍ୟବକ୍ତା ଭାବେ ସମାଜସେବୀ,ବିଶିଷ୍ଟ କଳାକାର ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ସର୍ବେଶ୍ଵର ତ୍ରିପାଠୀ ମଞ୍ଚାସୀନ ଥିଲେ ! ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଠାରେ ଦୀପ ପ୍ରଜ୍ଜଳନ କରିବା ସହ ବିଦ୍ୟାର୍ଥୀ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା ! ଏହି ଅବସରରେ ସୀମାନ୍ତ ସାହିତ୍ୟ ପରିବାର ପକ୍ଷରୁ "ସୃଜନ ସୀମାନ୍ତ" ବିଷୁବ ବିଶେଷାଙ୍କ ୨୦୨୫ ଉନ୍ମୋଚିତ ହେବା ସହିତ ଦିବଂଗତା ସଂଯୁକ୍ତା ତ୍ରିପାଠୀ ଙ୍କ ସ୍ୱରଚିତ "ଭକ୍ତି ରସାମୃତ ସିନ୍ଧୁ " ପୁସ୍ତକ ମଞ୍ଚାସୀନ ଅତିଥି ବୃନ୍ଦ ଙ୍କ ଦ୍ଵାରା ଉନ୍ମୋଚିତ ହୋଇ ଲୋକାର୍ପିତ ହୋଇଯାଇଛି ! ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ସମାଜସେବୀ ନାରାୟଣ ପାତ୍ର ଙ୍କୁ ସାହିତ୍ୟ ସମାଜସେବା ରାଜନୀତି କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଏବଂ ପାରମ୍ପାରିକ ଗଣ ନାଟ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ନିର୍ଦେଶକ ନରସିଂହ ତ୍ରିପାଠୀଙ୍କୁ "ସୀମାନ୍ତ ସମ୍ମାନ ୨୦୨୫" ପ୍ରଦାନ କରାଯାଇଥିଲା ଏବଂ ସଂଯୁକ୍ତା ତ୍ରିପାଠୀ ସ୍ମୃତି ସମ୍ମାନ ପ୍ରତିଷ୍ଠାନ ପକ୍ଷରୁ ଆଦର୍ଶ ଶିକ୍ଷକ ,ବିଶିଷ୍ଟ ସଙ୍ଗୀତଜ୍ଞ ମଦନ ମୋହନ ମିଶ୍ର ଙ୍କୁ ଓ ଶିକ୍ଷକ ଓ ବିଶିଷ୍ଟ ସାହିତ୍ୟିକ ଡଃ ପ୍ରଦୀପ କୁମାର ମିଶ୍ର ଙ୍କୁ ଚଳିତ ବର୍ଷର ସଂଯୁକ୍ତା ତ୍ରିପାଠୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ! ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା ! ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭେଙ୍କେଟ ରେଡି, ସୁରେଶ କୁମାର ମିଶ୍ର, ଦିଲ୍ଲୀପ କୁମାର ପାଣିଗ୍ରାହୀ, ମୁନ୍ନା ତ୍ରିପାଠୀ, ଡଃ ରଘୁନାଥ ଶତପଥୀ, Y.ପ୍ରଭାକର ପାତ୍ର, ରାମକୃଷ୍ଣ ପାତ୍ର, ରାମପ୍ରସାଦ ପାତ୍ର, ରତିକାନ୍ତ ରଘୁରାମ,ସ୍ମୃତି ପଣ୍ଡା, ଜାହ୍ନବୀ ପଣ୍ଡା, ପ୍ରଭାସିନୀ ମହାନ୍ତି,ମନୋରମା ମାଝୀ, ବାସନ୍ତୀ ଲତା ଜେନା, ନମିତା ଘଡେଇ, ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀଙ୍କ ଅଣ ନାତି ଆଦିତ୍ୟ ବିକ୍ରମ ତ୍ରିପାଠୀ, ରଣେନ୍ଦ୍ର ପ୍ରତାପ ତ୍ରିପାଠୀ, ପିଣ୍ଟୁ ତ୍ରିପାଠୀ, ଗୌରୀ ତ୍ରିପାଠୀ ଙ୍କ ସହ ସୀମାନ୍ତ ପରିବାର ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ! ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପିକା ଡଃ ସଂଯୁକ୍ତା ପଣ୍ଡା ପରିଚାଳନା କରିଥିଲେ ! କାର୍ଯ୍ୟକ୍ରମ ଶେଷରେ ଦିବଙ୍ଗତ ସଂଯୁକ୍ତା ତ୍ରିପାଠୀ ଙ୍କ ସ୍ୱରଚିତ ଗୀତ ଗୁଡ଼ିକ ନେଇ ସ୍ଥାନୀୟ କଳାକାର ମାନଙ୍କ ଦ୍ଵାରା ଏକ ସଙ୍ଗୀତ ଆସର ଅନୁଷ୍ଠିତ ହୋଇଥିଲା !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ