।। ବିଶ୍ୱରତ୍ନ ବାବା ସାହେବଙ୍କ ପ୍ରତିମୂର୍ତ୍ତିକୁ ଦୃବୁତ୍ତଙ୍କ ଆକ୍ରମଣ ।।

Aug 26, 2024 - 18:11
 0  272
।। ବିଶ୍ୱରତ୍ନ ବାବା ସାହେବଙ୍କ ପ୍ରତିମୂର୍ତ୍ତିକୁ ଦୃବୁତ୍ତଙ୍କ ଆକ୍ରମଣ ।।

କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ସହରରେ ଦିନକୁ ଦିନ କେବେ ଲୁଣ୍ଠନ ତ କେବେ ଘାଟିରେ ଆକ୍ରମଣ,ମଡର,ହେବା ଭଳି ଘଟଣା ଅଞ୍ଚଳରେ ନିତିଦିନିଆ ଘଟିଯାଉଛି ।ତେଣୁ ମୁଖୀଗୁଡା ପୋଲିସ ପ୍ରଶାସନକୁ ନିଜଷ୍ଟାଫ ବଢ଼ାଇ ଘଟୁଥିବା ଘଟଣା ଗୁଡିକୁ ବନ୍ଦ କରାଯିବା ପାଇଁ ଅଞ୍ଚଳରେ ଦାବିହେଉଛି ।ବର୍ତ୍ତମାନ ବିଗତ ଘଟଣା ଗୁଡିକର ଫାଇଦା ଉଠାଇ ନେଇଥିବା ବେଳେ ପୁଣି ଗତ ଶନିବାର ରାତିରେ କେଇଜଣ ଦୃବୁତ୍ତମାନେ ବାବା ସାହେବ ଅମ୍ବେଦକରଙ୍କ ପବିତ୍ର ପ୍ରତିମୂର୍ତ୍ତିକୁ ଅସମ୍ମାନ କରିବା ସହିତ ଭଙ୍ଗିବା ଉଦ୍ୟମ କରିଛନ୍ତି ।ଯାହା ଫଳରେ ଜନସାଧାରଣ ଅସନ୍ତୋଷ ଦେଖାଦେବା ସହ ଅମ୍ବେଦକର ବାଦୀ ସଙ୍ଗଠନ ମଧ୍ୟ ଏଭଳି ଅମାନୁଷିକ କାର୍ଯ୍ୟକୁ ମୁଖୀଗୁଡା ସହରର ଚାରିଛକରେ ହୋଇଥିବାରୁ ଦୃଢ ନିନ୍ଦା କରିଛନ୍ତି ।ଏହି ଘଟଣା ଭିଆଇ ଥିବା ଦୃବୁତ୍ତ ମାନଙ୍କ ସନ୍ଧାନ ଓ ଗିରଫଦାରୀ ନିମନ୍ତେ ମୁଖୀଗୁଡା ଫାଣ୍ଡି ଅଧିକାରୀ ଓ ଜୟପାଟଣା ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ସଙ୍ଘ ଲିଖିତ ଅଭିଯୋଗ କରିଅଛି ।ସେଥିସକାଶେ ତତ୍ପର ଦେଖାଇ ଆଜି ମୁଖୀଗୁଡା, ଜୟପାଟଣା ପୋଲିସ ସିସି ଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି । ଅପର ପକ୍ଷରେ ବାବା ସାହେବ ଭାରତରେ ପ୍ରଚଳିତ ଆଇନ ସମ୍ବିଧାନ ଲେଖିଥିବା ଜନକଙ୍କ ପ୍ରତିମୃତ୍ତି ପ୍ରତି ଏତେ ନିଷ୍ଠୁର ଅମାନୁଷିକ କାର୍ଯ୍ୟ ଭାରତର ଅନେକ ସ୍ଥାନରେ କରୁଥିବା ବେଳେ ଏମାନେ କେତେ ଦେଶପ୍ରେମୀ ଜଳ ଜଳ ହୋଇ ଦିଶୁଛି ।

 କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ FIRST NEWS ODISHA.

What's Your Reaction?

Like Like 2
Dislike Dislike 0
Love Love 1
Funny Funny 0
Angry Angry 1
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ