ବିଶ୍ୱ ଏକତା ଓ ବିଶ୍ୱାସର ବିକାଶ ପାଇଁ ରାଜଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ

Apr 27, 2025 - 21:20
 0  15
ବିଶ୍ୱ ଏକତା ଓ ବିଶ୍ୱାସର ବିକାଶ ପାଇଁ ରାଜଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ସ୍ଥିତ ପ୍ରଜାପତି ବ୍ରହ୍ମକୁମାରୀ ପକ୍ଷରୁ ରବିବାର ବିଶ୍ୱ ଏକତା ଓ ବିଶ୍ୱାସର ବିକାଶ ପାଇଁ ରାଜଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥି ଭାବେ କାକଟପୁରର ରାଜଯୋଗିନୀ ବି.କେ କୁନ୍ତଳା, ନିମାପଡ଼ାର ରାଜଯୋଗିନୀ ବି.କେ ସୁବାସିନୀ ଯୋଗଦେଇ ନିୟମିତ ଧ୍ୟାନ କରିବା ଓ ଯୋଗ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ଦିନଚାର୍ଯ୍ୟ ଓ ଈଶ୍ୱର ପ୍ରାପ୍ତି କରିବା ପାଇଁ ମନୁଷ୍ୟର କ’ଣ କରିବା ଆବଶ୍ୟକ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରା, ଓକିଲ ସଂଘର ସଭାପତି ପ୍ରଦୀପ କୁମାର ସାହୁ, ସରପଞ୍ଚ ଚନ୍ଦ୍ରିକା ମଲିକ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ରମେଶ ଚନ୍ଦ୍ର ସାହୁ, ବଣିକ ସଂଘ ସଭାପତି ଲଡ଼ୁକିଶୋର ସାହୁ ପ୍ରମୁଖ ଯୋଗ ଦେଇ ନିୟମିତ ଧ୍ୟାନ କରିବା ଓ ଯୋଗ କରିବା ଦ୍ୱାରା ଶାନ୍ତ ମସ୍ତିଷ୍କ ରହିବା ସହ ଏହା ସ୍ବାସ୍ଥ୍ୟପ୍ରତି କିଭଳି ଲାଭଦାୟକ ସେନେଇ ଆଲୋଚନା କରିଥିଲେ। ମୋହନ କୁମାର ସାହୁଙ୍କ ସମେତ ବହୁ ବ୍ରହ୍ମକୁମାରୀ ଓ କୁମାରମାନେ ଯୋଗଦାନ କରିଥିଲେ।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ