ବିଶ୍ବ ମଧୁମେହ ତଥା ବିଶ୍ବ ଏଡ୍.ସ୍ ଦିବସ ପରିପେକ୍ଷିରେ ବିଭିନ୍ନ ପ୍ରତିଯୋଗୀତା ପାଳିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୩.୧୧.୨୦୨୪: ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ନବରଙ୍ଗପୁର ତରଫରୁ ବିଶ୍ବ ମଧୁମେହ ତଥା ବିଶ୍ବ ଏଡ୍.ସ୍ ଦିବସ ପାଳନ ପରିପେକ୍ଷିରେ ବିଭିନ୍ନ ପ୍ରତିଯୋଗୀତା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ପାଳନ ହୋଇଯାଇଅଛି ! ଏହି ପ୍ରତିଯୋଗିତା ସମାପ୍ତ ହେବାପରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା.ନବକିଶୋର ବେହେରା ଯୋଗଦେଇ ମଧୁମେହ ଓ ଏଚ୍.ଆଇ.ଭି ଓ ଏଡ୍.ସ୍ ଜନିତ ସ୍ବାସ୍ଥ୍ୟସମସ୍ୟା ଉପରେ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଧାରଣା ଦେଇଥିଲେ ! ବିଚାରପତି ରୁପେ ଜିଲ୍ଲାସୂଚନା ଓ ଲୋକସଂପର୍କ ଅଧିକାରୀ, ନବରଙ୍ଗପୁର ମନୋଜ ବେହେରା ,ଜିଲ୍ଲା ମୂଖ୍ୟ ଚିକିତ୍ସା ତଥା ଅଧିକ୍ଷକ,ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ,ନବରଙ୍ଗପୁର ଡ଼ ସୁକାନ୍ତ କୁମାର ଶତପଥୀ, ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଏ.ଆର୍.ଟି-ଆଇ.ସି.ଟି.ସି-ଡ଼ି.ଏସ୍.ଆର୍.ସି ସ୍ବାସ୍ଥ୍ୟ ଅଧିକାରୀ ଟି.ପଲ୍ଲବୀ,ଜିଲ୍ଲା ଆଶା ପରିଚାଳକ ସଂଗ୍ରାମ ପଣ୍ଡା ପ୍ରମୁଖ ଯୋଗ ଦେଇ ଥିଲେ ! କ୍ଲଷ୍ଟର୍ କାର୍ଯ୍ୟକ୍ରମ ପରିଚାଳକ ଚନ୍ଦ୍ରଶେଖର ପଟ୍ଟନାୟକ,ଏଫ୍ ଏସ ଡବ୍ଲୁ ଟି ଆଇ ପ୍ରକଳ୍ପ ନିର୍ଦ୍ଦେଶକ ହରେକୃଷ୍ଣ ସାବତ, ମାଇକ୍ରାବାୟୋଲୋଜିଷ୍ଟ୍: ଶ୍ରୀଯୁକ୍ତ ରାଜା ଦତ୍ତ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ! ସହାୟକ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ରାମହରି ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବା ସଙ୍ଗେ ସଙ୍ଗେ ବିଚାରପତି ମାନେ ମଧୁମେହ ଓ ଏଡ଼ସ ଉପରେ ବିଶେଷ ସୁଚନା ଦେଇଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






