ବିପଦସଙ୍କୁଳ ଅବସ୍ଥାରେ ନୂଆଗାଁ ପୋଲ
ରାଇରଙ୍ଗପୁର ୨୧/୧୨ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା)ୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ର ମାଣିକ ପୁର ପଂଚାୟତ ର ବିପଦସଙ୍କୁଳ ଅବସ୍ଥାରେ ନୂଆଗାଁ ପୋଲ l ପୋଲ ବହୁତ ପୁରୁଣା ହୋଇଥିବାବେଳେ ମରାମତି କରାଯାଉ ନ ଥିବାରୁ ଏହା ବିପଦସଙ୍କୁଳ ହୋଇପଡ଼ିଛି। ପୋଲ ଦେଇ କୌଣସି ଭାରିଯାନ ଗଲେ ଏହା ଜୋରରେ ହଲୁଥିବାରୁ କୌଣସି ମୁହୂର୍ତ୍ତରେ ଅଘଟଣ ଘଟିବା ଆଶଙ୍କା ଥିବା ବୁଦ୍ଧିଜୀବୀ କହିଛନ୍ତି। ତେବେ ପୋଲ ର ଅବସ୍ଥା ଶୋଚନୀୟ ଥିଲେ ମଧ୍ୟ ପ୍ରତିଦିନ ଶତାଧିକ ଭାରିଯାନ ଏହି ପୋଲ ଦେଇ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ଉକ୍ତ ରାସ୍ତାରେ ପ୍ରତିଦିନ ନେତା,ସରକାରୀ ବାବୁ ମାନେ ଯିବା ଆସିବା କରୁଥିଲେ ମଧ୍ୟ ପୋଲ ର ଅବସ୍ଥା ଉପରେ କାହାର ନଜର ପଡୁ ନାହିଁ l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0