ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୍ୟୁ

May 13, 2025 - 05:08
 0  26
ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ନୂଆପଡା : ଚେନ୍ନାଇରେ ଦାଦନ ଖଟିବାକୁ ଯାଇଥିବା ନୂଆପଡା ଜିଲା କୋମନା ଥାନା କୋନାବିରା ଗାଁର ଜଣେ ଯୁବକଙ୍କ ରବିବାର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ସେ ହେଲେ କୋନାବିରା ଗାଁର ପୂର୍ଣ୍ଣ ପରାଭୁଏ (୩୨) । ପୂର୍ଣ୍ଣ ତାଙ୍କ ସ୍ତ୍ରୀ ସହ ୩ ପିଲାଙ୍କୁ ସାଙ୍ଗରେ ଧରି ଗତ ଜାନୁଆରୀ ମାସରେ ଚେନ୍ନାଇ ଯାଇଥିଲେ। ସେଠାରେ ଟି-୧୧ ତିରୁନିନରାବୁର ପୋଲିସ ଷ୍ଟେଶନ ପଟ୍ଟାବିରମ ରେଞ୍ଜ ଅଞ୍ଚଳରେ ଇଟା ତିଆରି କାମ କରୁଥିଲେ। ରବିବାର ସକାଳେ ମାଲିକଙ୍କ ଗାଡ଼ି ଧୋଉଥିବା ସମୟରେ ପୂର୍ଣ୍ଣ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯାଇଥିଲେ I ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଗଁIରୁ ପରିବାର ଲୋକେ ମୃତଦେହ ଆଣିବା ପାଇଁ ଚେନ୍ନାଇ ଯାଇଛନ୍ତି। ସେ ଜଣେ ଗରିବ ପରିବାର ହୋଇଥିବାରୁ ଘର ମୁଖିଆ ଚାଲିଯିବା ପରେ ବେସାହାରା ହୋଇପଡିଛନ୍ତି I ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହେଉଛି I

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ