।। ବିଦ୍ୟାଳୟ ଭାଙ୍ଗି ତିନି ବର୍ଷ, ସରକାର ହେଲେ ଅନ୍ଧ,ମିଶନ ଶକ୍ତି ଗୃହେ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ।।

ତା-୦୪/୦୭/୨୦୨୪-ଫାଷ୍ଟ ନ୍ୟୁଜ ଓଡ଼ିଶା (କଳାହାଣ୍ଡି-ଅତିରିକ୍ତ ଜିଲ୍ଲା ପ୍ରତିନିଧି-ବାବୁଲି ହରିଜନ) ସରକାର ଯୋଜନା ଉପରେ ଯୋଜନା ସହିତ ଦେଶର ଭବିଶ୍ଵତ୍ ପାଇଁ ଅନେକ ଖର୍ଚ୍ଚ କରୁଛନ୍ତି ସତ ହେଲେ ଛାତ୍ର ଛାତ୍ରୀ ଶିକ୍ଷାର ଅଭାବ ହେଲେ କେତେ ଦୂର ଦେଶ ଆଗେଇବ, ଆଜିର ଛାତ୍ରଛାତ୍ରୀ ଆସନ୍ତା କାଲି ର ନାଗରିକ, ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଘରଖୋଣ୍ଡେ ନାହିଁ, ଏଭଳି ଛାତ୍ରଛାତ୍ରୀ ଆସନ୍ତା କାଲି ଦେଶର ନାଗରିକ, ଦେଶ କେତେ ଦୂର ଉଜ୍ଵଳମୟ ହେବ ଆପଣ ମାନେ ଚିନ୍ତା କରନ୍ତୁ । ସରକାର ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷାନୁକୁଳ ପରିବେଶ ସହ ଆକର୍ଷଣୀୟ ସ୍କୁଲର ବ୍ୟବସ୍ଥା କରୁଛନ୍ତି ସତ , ହେଲେ ହେଁ ଏ ସବୁ ବର୍ତ୍ତମାନ କାଗଜପତ୍ର ରେ ଶୋଭା ପାଉଥିବା ବେଳେ ବାସ୍ତବିକ ଚିତ୍ର ଦେଖିଲେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ଜଳଜଳ ହୋଇ ଦେଖିବାକୁ ମିଳୁଛି ।ଦେଖିବା ଏହି ରିପୋର୍ଟ ଏ ହେଉଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ମଙ୍ଗଳପୁର କୋଲନିପଡ଼ା ପ୍ରାଥମିକ ବିଦ୍ୟାଳୟ।ଗୋଟିଏ କୋଠରୀ ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ର ପିଲା ପାଠ ପଢୁଛନ୍ତି।ପରିବେଶ ଦେଖିଲେ ବିଦ୍ୟାଳୟ ଭଳି ଲାଗୁନାହିଁ।ସତ କଥା ହେଉଛି ବିଦ୍ୟାଳୟ ଭାଙ୍ଗିଯିବା ଫଳରେ ମିଶନ ଶକ୍ତି ଓ ପିଇଓ କ୍ବାଟର ରେ ତିନି ବର୍ଷ ହେଲା ଚାଲିଛି ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା।କିନ୍ତୁ ଏ ନେଇ ନିରବ ବସିଛି ଗୋଷ୍ଠୀ ଶିକ୍ଷା ବିଭାଗ , ବିଧାୟିକା ବିଭାଗ । ତିନି ବର୍ଷ ହେଲା ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ କିଭଳି ଖେଳ ଖେଳା ଯାଉଛି ତାହା ଏହି ଚିତ୍ର ରେ ଦେଖିପରୁଥିବେ । ଆଜିର ଯୁଗରେ ମଧ୍ୟ ଏହିଭଳି ପରିସ୍ଥିତି ଦେଖିବାକୁ ମିଳୁଛି , ଜନତା ଜନାର୍ଦ୍ଦନ ଏହି ସମସ୍ୟା ଦେଖି କଣ ଲାଗୁଛି ? ଏଥିପାଇଁ ଆମେ କାହାକୁ ଦୋଷ ଦେବା ? ଆପଣ ମାନେ ଚିନ୍ତା କରନ୍ତୁ ।
କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା ।
What's Your Reaction?






