ବିଏସଏଫ ପକ୍ଷ୍ୟରୁ ଜନ ସମ୍ପର୍କ ଶିଶିର, ଦୁର୍ଗମ ଅଂଚଳକୁ ମୁଖ୍ୟ ଧାରା ସହ ଯୋଡ଼ି ରଖିବାକୁ ସର୍ବଦା ପ୍ରୟାସ
ପଡିଆ, ୧୪/୦୨ : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଥିବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଥିବା ଖେଳ ପଡିଆରେ ୧୧୦ ବାଟାଲିଅନ ବିଏସ୍ଏଫ୍ ଯବାନଙ୍କ ପକ୍ଷ୍ୟରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ମୁକ୍ତ ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରାଯାଇ ୫ ଶହରୁ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ପଡିଆ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଭାତୃତ୍ବ ଭାବ ବଜାଇ ରଖିବା ନେଇ ଆହ୍ଵାନ ଦିଆଯାଇଛି। ଗତ କିଛିବର୍ଷ ଧରି ବିଏସଏଫ ଯବାନ ମାନେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହି ଲୋକଙ୍କ ସହ ଉତ୍ତମ ସମ୍ପର୍କ କରି ଶାନ୍ତିଶୃଙ୍ଖଳା ବଜାଇ ରଖିବାରେ ସଫଳ ହୋଇପାରିଛନ୍ତି । ଏଥିରେ ସ୍ଥାନୀୟ ଜନସାଧାରଣଙ୍କ ସହ ଜବାନ ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ, ନେତୃବୃନ୍ଦଙ୍କ ସହଯୋଗ ଭାବ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କୁ ଆତ୍ମରକ୍ଷା କୌଶଳ ବାବଦରେ ପ୍ରଶିକ୍ଷଣ ଦିଆଯିବା ସହ ମାଓ ଚିନ୍ତାଧାରାରୁ ଦୁରେଇ ରହି ଅଞ୍ଚଳର ବିକାଶରେ ସାମିଲ ହେବାକୁ କୁହାଯାଇଛି। ପ୍ରତ୍ୟକ ଗାଁ କମିଟି ନିଜ ନିଜ ଗ୍ରାମରେ ପିଲାଙ୍କ ଶିକ୍ଷା ସ୍ୱାସ୍ଥ୍ୟ ଓ ପୋଷଣ ପ୍ରତି ଦୃଷ୍ଟି ଦେବା ସହ ଏକ ଉତ୍ତମ ବାତାବରଣ ସୃଷ୍ଟି କରିବାକୁ ବିଏସ୍ଏଫ୍ ର ଉଚ୍ଚ ପଦାଧିକାରୀ ଓ ପୋଲିସ ପକ୍ଷ୍ୟରୁ ଆହ୍ଵାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲିସ ସହ ଉତ୍ତମ ବୁଝାମଣା ରକ୍ଷା, ପାରିବାରିକ କୋଳହର ଆପୋଷ ବୁଝାମଣା, ବାଲ୍ୟ ବିବାହ କୁ ନେଇ ସଚେତନତା ସୃଷ୍ଟି କରାଯଇଥିଲା। ଏହି ଅବସରରେ ବିଏସ୍ଏଫ୍ ପକ୍ଷରୁ କମ୍ବଳ, ସ୍କୁଲ ବ୍ୟାଗ, ଭଲିବଲ୍ସ, ନେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଏସଏଫର ଦ୍ଵିତୀୟ ଇନଚାର୍ଜ ଅତୁଲ ଯାଦବ, ପଡିଆ ଥାନା ଅଧିକାରୀ ସନ୍ତୋଷ କୁମାର, ପଡିଆ ବ୍ଲକ ଅଧ୍ୟକ୍ଷ କଲ୍ଯାଣ ବିଶ୍ବାସ, ପଡିଆ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର, ବ୍ଲକ ସହାୟକ ଯନ୍ତ୍ରି ବିଷ୍ନୁ ମହାପାତ୍ର, ଏସଆଇ ନିରୋଦ କୁମାର ବାଘ ସମେତ ସ୍ଥାନୀୟ ଅଂଚଳର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ବ ଲୋକ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0