ବାହାହେବାକୁ ନେଇ ଅଧା ବାଟରେ ଛାଡି ଚାଲିଗଲା ପ୍ରେମୀ ଯୁଗଳ ନ୍ଯାୟ ପାଇଁ ବାଙ୍ଗିରିପୋଷି ଥାନାରେ ଏତଲା

Jul 13, 2025 - 23:07
 0  12
ବାହାହେବାକୁ ନେଇ ଅଧା ବାଟରେ ଛାଡି ଚାଲିଗଲା ପ୍ରେମୀ ଯୁଗଳ ନ୍ଯାୟ ପାଇଁ ବାଙ୍ଗିରିପୋଷି ଥାନାରେ ଏତଲା

ବାଙ୍ଗିରିପୋଷି,୧୩।୭ : ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥୁରୀ ଗ୍ରାମ ପଞ୍ଚାୟତ ଭାଲିଆଡହର ଗ୍ରାମର ସାନଶ୍ଯାମ ସୋରେନଙ୍କ ପୁଅ ଶ୍ରୀ ସୁଶାନ୍ତ ସୋରେନ ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ବ ହେବ ଝାରପୋଖରୀଆ ଥାନା ଅନ୍ତର୍ଗତ ଢାକାଡିହି ଗ୍ରାମର ଝିଅଙ୍କୁ ଭଲପାଇ ବାହା ହେବାର ପ୍ରତିଶ୍ରୁତି ଦେଇ ପ୍ରେମ ସମ୍ପର୍କ ରଖିଥିଲେ ଏବଂ ଅନୁଗୋଳକୁ ଡ଼ାକିନେଇ ସେଠାରେ କିଛିଦିନ ରହିଲା ପରେ ସୁଖରେ ସଂସାର ଗଢିତୋଳିବା ପାଇଁ ସମାଜର ପରମ୍ପରା ଅନୁସାରେ ବିବାହ କାର୍ଯ୍ୟ କରିବା ପାଇଁ ଗତ ୧୧ ତାରିଖ ଶୁକ୍ରବାର ଦିନ ଦୁହେଁ ଘରକୁ ଆସୁଥିଲେ । କିନ୍ତୁ କୁଲିଅଣା ନିକଟ ବାଲିମୁଣ୍ଡୁଳି ଛକରେ ଅପେକ୍ଷାରେ ଥିବା ପୁଅର ପରିବାର ଲୋକେ ଝିଅକୁ ଧରି ଅଟକାଇ ଥିଲେ ଏବଂ ସେଠାରୁ ସୁଖର ସଂସାର ଗଢିବାର ସ୍ୱପ୍ନ ଭାଙ୍ଗି ଦେଇ ପୁଅ ଫେରାର ହୋଇଯାଇଥିଲା । ତାପରେ ପୁଅର ପରିବାର ଲୋକେ ସେହି ଝିଅକୁ ତାଙ୍କ ଘରକୁ ନେଇଯାଇ ମାରପିଟ୍ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ତେବେ ଝିଅଟି ସେଠାରୁ ଖସି ଆସି ଏନେଇ ଶନିବାର ଦିନ ନ୍ୟାୟ ପାଇଁଁ ବାଙ୍ଗିରିପୋଷି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାଙ୍ଗିରିପୋଷି ଥାନା ଅଧିକାରୀ ତତ୍ପରତା ଦେଖାଇ ଫେରାର ହୋଇଥିବା ପୁଅଙ୍କ ନାମରେ ଜିରୋ ଏଫଆଇଆର ନଂ ୦୦୧ ରେ ଭାରତୀୟ ନ୍ୟାୟ ସଂହିତା ୨୯୬, ୩ (୫), ୩୫୧ (୨), ୬୯ ଦଫାରେ ମୋକଦ୍ଦମା ରୁଜ୍ଜୁ କରାଯାଇଛି । ପରିବାର ଲୋକେ ଏବେ ନ୍ଯାୟ ଅପେକ୍ଷାରେ ଅଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ