ବାଲିଗୁଡାରେ ବର୍ଦ୍ଧିତ ଭତ୍ତା ବିତରଣ କାର୍ଯ୍ୟକ୍ରମ

Jan 16, 2025 - 17:58
 0  8
ବାଲିଗୁଡାରେ ବର୍ଦ୍ଧିତ ଭତ୍ତା ବିତରଣ କାର୍ଯ୍ୟକ୍ରମ

କନ୍ଧମାଳ : (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବର୍ଦ୍ଧିତ ଭତ୍ତା ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଜି.ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଲ୍ଲିକ ,ବାଲିଗୁଡା ବ୍ଲକ ଉପାଧ୍ୟାକ୍ଷା ମିଷାବତୀ ମଲ୍ଲିକ ,ଏନଏସି ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ,ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ଧିରଜ ପାତ୍ର ,ଉପଖଣ୍ଡ ସମାଜ ମଙ୍ଗଲ ଅଧିକାରୀ ମାମିତ କୁମାରୀ ପ୍ରଧାନ ,ବ୍ଲକ ସମାଜ ମଙ୍ଗଲ ଅଧିକାରୀ ଦିନେଶ କୁମାର କହଁର ,ପ୍ରମୁଖ ଉପସ୍ଥିତ ରହି ଯେଉଁ ସମାଜରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଅସହାୟ ବ୍ୟକ୍ତିଙ୍କୁ ସମ୍ମାନ ଓ ଆଦର ଦିଆଯାଏ, ସେହି ସମାଜ ହେଉଛି ଏକ ଆଦର୍ଶ ସମାଜ ବୋଲି କହିଥିଲେ । ଏ ମାନଙ୍କ ପ୍ରତି ସମାଜ ସମ୍ବେଦନଶୀଳ ହେବା ଆବଶ୍ୟକ । ବରିଷ୍ଠ ନାଗରିକ ମାନେ ହେଉଛନ୍ତି ଆମ ଆସ୍ଥା ଓ ବିଶ୍ୱାସର ମନ୍ଦିର । ରାଷ୍ଟ୍ରୀୟ ସାମାଜିକ କାର୍ଯ୍ୟକ୍ରମର ହିତାଧିକାରୀ ହୁଅନ୍ତୁ ବା ମଧୁବାବୁ ପେନସନ ହିତାଧିକାରୀ, ସମସ୍ତେ ଏହି ବର୍ଦ୍ଧିତ ପେନସନ ପାଇବେ । ୮୦ବର୍ଷ ବା ତା’ଠାରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀମାନେ ଆଜିଠାରୁ ମାସକୁ ୩୫୦୦ ଟଙ୍କା ପେନସନ ପାଇବେ । ପୂର୍ବରୁ ସେମାନେ ୧୨୦୦ ଟଙ୍କା ପେନସନ ପାଉଥିବା ବେଳେ ଏଥିରେ ୨୩୦୦ଟଙ୍କା ବୃଦ୍ଧି କରାଯାଇ ୩୫୦୦ ଟଙ୍କା କରାଯାଇଛି । ବାଲିଗୁଡା ବ୍ଲକର ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ ଭତ୍ତା ୯୮ ଜଣ ଭିନ୍ନକ୍ଷମ ଭତ୍ତା ଯୋଜନାରେ ୨୨ ଜଣ ଉପକୃତ ହେବେ ସେହିପରି ମଧୁବାବୁ ପେନସନ ବାର୍ଦ୍ଧକ୍ୟ ଭତ୍ତା ୧୬୪ ଜଣ ଓ ଭିନ୍ନକ୍ଷମ ଭତ୍ତା ଯୋଜନାରେ ୩୮ ଜଣ ଉପକୃତ ହେବେ ବୋଲି ସମାଜ ମଙ୍ଗଳ ଅଧିକାରୀ ଦିନେଶ କହଁର କହିଛନ୍ତି ।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ