ବାଲିଗୁଡା ସହର କୁ ସରସ ସୁନ୍ଦର ଓ ଭୟ ମୁକ୍ତ ସହର କରିବା ଆମ ଲକ୍ଷ୍ୟ : ଉପଜିଲ୍ଲାପାଳ

Feb 21, 2025 - 22:34
 0  5
ବାଲିଗୁଡା ସହର କୁ ସରସ ସୁନ୍ଦର ଓ ଭୟ ମୁକ୍ତ ସହର କରିବା ଆମ ଲକ୍ଷ୍ୟ : ଉପଜିଲ୍ଲାପାଳ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ ପରିଗଣତି ହେଉଥିବା କନ୍ଧମାଳ ଜିଲ୍ଲାର ବଡ଼ ବ୍ୟବସାୟୀକ ପେଣ୍ଠ ସ୍ଥଳ ବାଲିଗୁଡା ସହର ଏବେ ଟ୍ରାଫିକ ସମସ୍ୟା ସହ ଅପରାଧୀ ଙ୍କ ପେଣ୍ଠ ସ୍ଥଳୀ ପାଲଟିବାକୁ ଯାଉଛି । ଯାହା ସାଧାରଣ ଜନତା ଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ର ମୁଣ୍ଡ ବ୍ୟଥା ର କାରଣ ପାଲଟିଛି । ଏ ସବୁକୁ ଆଖି ଆଗରେ ରଖି ବାଲିଗୁଡା ଉପଜିଲ୍ଲାପାଳ ଡଃ.ରୀନା ପ୍ରଧାନ ଙ୍କ ଏକ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ ଉପସ୍ଥିତ ଥିବା ବେଳେ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ସଭା ପରିଚାଳନା କରିଥିଲେ । ସମ୍ପ୍ରତି ବାଲିଗୁଡା ସହରରେ ଦିନକୁ ଦିନ ଜନ ସଂଖ୍ୟା ଓ ଯାନବାହାନ ବୃଦ୍ଧି ପାଇବା ସହ ଟ୍ରାଫିକ ସମସ୍ୟା ,ଚୋରୀ ଡକାୟତି ,ରାହାଜାନି, ଛୋଟ ବଡ ଦୁର୍ଘଟଣା,ଦୃତ ଗତିରେ ବାଇକ ଚଳାଇବା ଓ ସହର ମଧ୍ୟରେ ଉଠା ଦୋକାନୀ ଙ୍କ ସମସ୍ୟା ଉତ୍କଟ ରୂପ ନେଉଛି ,ପୁଲିସ ପାଟ୍ରୋଲିଂ ,ସହର ମଧ୍ୟରେ ଲାଗିଥିବା ସିସିଟିଭି କୁ ସଚଳ କରିବା ଉପରେ ଆଲୋଚନା ହୋଇଥିଲା । ଉପଜିଲ୍ଲାପାଳ ଡଃ.ରୀନା ପ୍ରଧାନ କହିଛନ୍ତି ଯେ, ସହର କୁ ସୌନ୍ଦର୍ଯ୍ୟକରଣ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସହର ମଧ୍ୟରେ ରହିଥିବା ପୋଖରୀ ନିକଟରେ ଫୁଡ କୋର୍ଟ ନିର୍ମାଣ ,ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକସ କରିବା ପାଇଁ ଜାଗା ଚିହ୍ନଟ ସରିଛି, ଫୁଡ କୋର୍ଟ ସାଙ୍ଗକୁ ପରିବା ବଜାର, ମାଛ ମାଂସ ବଜାର ନେଇ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି ତାହା ଅନୁମତି ହୋଇଗଲେ ସହର ମଧ୍ୟରେ ରହିଥିବା ଉଠା ଦୋକାନୀ ସମେତ ଟ୍ରାଫିକ ସମସ୍ୟା ଦୂର ହୋଇଯିବ, ଅଟୋ ଷ୍ଟାଣ୍ଡ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଥିଲା ଓ ସୁରକ୍ଷା ସମ୍ପର୍କିତ ଅଭିଯୋଗ ଉପରେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ କହିଛନ୍ତି ସହର ମଧ୍ୟରେ ସିସିଟିଭି କୁ ସଚଳ କରିବା ସହ ସହର ମଧ୍ୟରେ ପେଟ୍ରୋଲିଂ ଓ ରାତ୍ରି କାଳୀନ ପେଟ୍ରୋଲିଂ କୁ କଡାକଡ଼ି କରାଯିବ ,ଦୁର୍ଘଟଣା ରୋକିବା ପାଇଁ ସହରର ବିଭିନ୍ନ ସ୍ଥାନରେ ସ୍ପିଡ ବ୍ରେକର ଲଗାଯିବ, ରାତିରେ କୌଣସି ଲୋକ ସନ୍ଦେହ ଜନକ ଭାବେ ବୁଲିଥିଲେ ତାକୁ ଅଟକ ରଖି ପଚରା ଉଚରା କରାଯିବ l ଏଣୁ ସେପରି ଜରୁରୀ କାମ ନଥିଲେ ରାତିରେ କୌଣସି ଲୋକ ନ ବୁଲିବାକୁ କୁହାଯାଇଛି ଓ ବଣିକ ସଂଘକୁ ଅନୁରୋଧ କରାଯାଇ ପ୍ରତ୍ୟେକ ଦୋକାନ ସମ୍ମୁଖରେ ସିସିଟିଭି ଲଗାଯିବା ପାଇଁ କୁହାଯିବ ବୋଲି କହିଛନ୍ତି । ବାଲିଗୁଡା କୁ ସରସ ସୁନ୍ଦର ଓ ଭୟ ମୁକ୍ତ ସହର କରିବା ଆମ ସମସ୍ତଙ୍କ ସହଯୋଗ ରହିବା ଦରକାର ବୋଲି ମତାପ୍ରକାଶ ପାଇଥିଲା । ଏହି ବୈଠକରେ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ,ବିଭିନ୍ନ ବ୍ୟାଙ୍କ ଅଧିକାରୀ ,ବଣିକ ସଂଘ ,ଅଟୋ ସଂଘ ,କ୍ଷୁଦ୍ର ବଣିକ ସଂଘ, ଟ୍ରାକଟର ସଂଘ , ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ