ବାଇକକୁ ଧକ୍କା ଦେଲା ଟ୍ରକ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

Nov 25, 2024 - 01:50
 0  11
ବାଇକକୁ ଧକ୍କା ଦେଲା ଟ୍ରକ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ପାଟଣା : ପାଟଣା ବ୍ଲକ ଅଞ୍ଚଳ ତୁରୁମଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡା ଛକ ନିକଟରେ ଆଜି ଅପରାହ୍ନ ୪ଟା ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।‌ ଏକ ବାଇକକୁ ଏକ ଟ୍ରକ ଧକ୍କା ଦେଇଛି। ଦୁର୍ଘଟଣାରେ ସ୍ବାମୀ ଗୁରୁତର ହୋଇଥିବା ବେଳେ ସ୍ତ୍ରୀଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ବାରିଆ ଥାନା ଭୂଇଁପୁର ଗ୍ରାମର ଉର୍ମିଳା ଘଣା (୫୫) ଓ ଗୁରୁତର ସ୍ବାମୀ ବସନ୍ତ ଘଣା(୬୦) ବୋଲି ଜଣାପଡିଛି। ଉଭୟ ବାଇକ୍ ଯୋଗେ ନିଜ ବନ୍ଧୁ ଘରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ଝାରବେଡା ଛକ ନିକଟରେ ତାଙ୍କ ବାଇକକୁ ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ଉର୍ମିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ୍ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ