।। ବରୀ ବ୍ଲକର ଜୀବନ ରେଖା କୁହା ଯାଉଥିବା ।।

ବରୀ ମାଉଣ୍ଡ-ରାମଚନ୍ଦ୍ରପୁର ରାସ୍ତାର ବରୀ ମାଉଣ୍ଡ ଠାରୁ ଦରଘା ଛକର ଫଟୋ । ଏହି ରାସ୍ତା ଉପରେ ବରୀ ବ୍ଲକର ୨୯ ପଞ୍ଚାୟତ ନିର୍ଭରଶୀଳ । ପୂର୍ବରୁ ଏହି ରାସ୍ତା ଜଳ ସଂପଦ ବିଭାଗ ଅଧିନରେ ଥିଲା ବେଳେ ଏବେ ଏହା ପୂର୍ତ୍ତ ବିଭାଗ ଅଧିନରେ ରହିଛି । ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଏବେ ଶୋଚନୀୟ ହୋଇ ପଡିଛି । ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ଖମା ପୂର୍ଣ୍ଣ ହୋଇଥିଲା ବେଳେ ବିଭିନ୍ନ ସ୍ଥାନରେ ରେନ କଟ ହୋଇଛି । ଏହାକୁ ବାଦ ଦେଲେ ରାସ୍ତାର ଉଭୟ କଡ଼ରେ ଅନାଵନା ଗଛ ଉଠି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ଏହି ଗଛ ସବୁ ରାସ୍ତା ଉପରକୁ ମାଡି ଆସିଲାଣି । ଫଳରେ ଗତାଗତରେ ଏହା ବାଧା ସୃଷ୍ଟି କରୁଛି । ତୁରନ୍ତ ଏହି ଅନାଵନା ଗଛକୁ କାଟି ରେନ କଟ ସହିତ ରାସ୍ତାର ଖାଲ ଖମା କୁ ମରାମତି କରିବାକୁ ଦାବି ହୋଇଛି ।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






