ଫୁଟବଲ୍ ଖେଳାଳୀ ମନୋନୀତ

Sep 5, 2024 - 12:16
 0  60
ଫୁଟବଲ୍ ଖେଳାଳୀ ମନୋନୀତ

ଦଳ ବରୀ: ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଜୁନିଅର ଫୁଟବଲ ପ୍ରତିଯୋଗିତା ପାଇଁ ଓଡିଶା ଘୋଷଣା କରାଯାଇଛି ।ଏହି ଦଳରେ ଯାଜପୁର ଜିଲାରୁ ଏକମାତ୍ର ଖେଳାଳି ରାଜେନ୍ଦ୍ର ବେହେରା ମନୋନୟନ ହୋଇଛନ୍ତି ଛନ୍ତି I ତାଙ୍କ ଘର ବରୀ ବ୍ଲକ୍ ଅନ୍ତର୍ଗତ ରାମପୁର ଗ୍ରାମରେ ଅନୁସୂଚିତ ଜାତି ଜାତିର ପିଲା ରାଜେନ୍ଦ୍ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରା ରାମପୁରରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛନ୍ତି । ଗତ ୪୫ଦିନ 6 ହେଲା ବାରବାଟି ଷ୍ଟାଡିୟମ୍‌ରେ ମନୋନୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ସାରା ବହୁ ପିଲା ଭାଗ ନେଇଥିଲେ । ରାଜେନ୍ଦ୍ର ଆଲିଆବାଦ ଠାରେ ସ୍ପୋର୍ଟସ ଆଣ୍ଡ ଆଡଭେନଚର ଟ୍ରେନିଂ ସେଣ୍ଟର୍‌ରେ ପ୍ରଶିକ୍ଷକ ତାଜୁଦିନ ଖାନଙ୍କ ଠାରୁ ପ୍ରଶିକ୍ଷଣ ନେଉଥିଲେ । ତାଙ୍କର ଏହି ସଫଳତାରେ ତାଙ୍କ ପରିବାର ଓ ପ୍ରଶିକ୍ଷକଙ୍କ ସମେତ ଜିଲାବାସୀ ଖୁସିବ୍ୟକ୍ତ କରିଛନ୍ତି। ସେହିପରି ପଞ୍ଚାୟତ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ନିର୍ମଳ ଜେନା ରାଜେନ୍ଦ୍ରଙ୍କ ଏହି ସଫଳତା ଖାଲି ବିଦ୍ୟାଳୟ ନୁହେଁ ବରଂ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳାଇଦେଇଛି ବୋଲି କହିଛନ୍ତି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ