।। ଫୁଟବଲ ସେମିଫାଇନାଲରେ କୋରାପୁଟ ବନାମ ତୋୟାପୁଟ:ଲକ୍ଷ୍ମୀପୂର ବନାମ ବିଶ୍ୱନାଥପୁର ।।

Oct 26, 2024 - 07:04
 0  23
।। ଫୁଟବଲ ସେମିଫାଇନାଲରେ କୋରାପୁଟ ବନାମ ତୋୟାପୁଟ:ଲକ୍ଷ୍ମୀପୂର ବନାମ ବିଶ୍ୱନାଥପୁର  ।।

ଅଶୋକ କୁମାର ସାହୁ ସ୍ମାରକୀ ଫୁଟବଲ2024 ମ୍ୟାଚ ସେମି ଫାଇନାଲରେ ସ୍ଥାନ ବନାଇଲେ କୋରାପୁଟ ଜିଲ୍ଲାର ତୋୟାପୁଟ ଫୁଟବଲ୍ ଟିମ୍, ଏଵଂ କଳାହାଣ୍ଡି ଜିଲ୍ଲାର ବିଶ୍ଵନାଥପୁର ଫୁଟବଲ୍ ଟିମ୍। ଜିସିଡି ଖେଳ ପଡିଆ ଠାରେ ଗତ କାଲି ଠାରୁ ଆରମ୍ଭ ହୋଇଥିବା ଚାରିଦିନିଆ ଫୁଟବଲ ମ୍ୟାଚରେ ଆଜି ମଧ୍ୟ ଦୁଇଟି ମ୍ୟାଚ ଖେଳା ଯାଇଥିଲା। ପ୍ରଥମ ମ୍ୟାଚ୍ ରାୟଗଡ଼ ଟାଉନ୍ ଟିମ୍ ସହିତ ତୋୟାପୁଟ ଫୁଟବଲ୍ ଟିମ ଖେଳିଥିଲେ। ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ତୟାପୁଟ 2-0 ଗୋଲ ଦେଇ ରାୟଗଡ଼ ଟାଉନ୍ ଟିମ୍ ଠାରୁ ବିଜୟ ଲାଭ କରିଥିଲା। ଖେଳାଳୀ ମାନଙ୍କ ମଧ୍ୟରେ ଉତ୍ସାହ ବଢାଇବା ପାଇଁ ଏହି ମ୍ୟାଚରେ ଆଜି ମୁଖ୍ୟ ଅତିଥି ଭାବରେ ରାୟଗଡ଼ ଥାନା ଭାରପ୍ରାପ୍ତ ଅଧିକାରି ଶ୍ରୀଯୁକ୍ତ କମଳାକାନ୍ତ ବିବେକ କହଁର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଇଷ୍ଟକୋଷ୍ଟ ରେଳବାଇ ଶ୍ରମିକ ୟୁନିଅନର ସହ ସଂପାଦକ ଶ୍ରୀଯୁକ୍ତ ଅଶୋକ କୁମାର ପାଢ଼ୀ ଏଵଂ ଜିଲ୍ଲା କ୍ରୀଡ଼ା ଅଧିକାରି ସେୟକ୍ ଆଲିନୂର୍ ଉପସ୍ଥିତ ଥିଲେ।ଓଡ଼ିଶା ଷ୍ଟେଟ ଆଥଲେଟିକ ଆସୋସିଏସନ୍ କାଉନସିଲ ମେମ୍ବର ଦେବଦାସ ଲିମା ଯୋଗ ଦେଇଥିଲେ । ସେହିଭଳି ଆଜିର ଦ୍ବିତୀୟ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ବ୍ଲକ ଉପାଧ୍ୟକ୍ଷ ହର ପ୍ରସାଦ ହେପୃପା, ସମ୍ମାନିତ ଅତିଥି ଭାବେ 'ଇମ୍ପା' କମ୍ପାନିର ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଶକ୍ତି ପ୍ରସାଦ ପାଣିଗ୍ରାହି ଏବଂ ବିଜେଡ଼ିର ଯୁବ ଖେଳ ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର କୋହଲା ପାଗ ସାଙ୍ଗକୁ ଆନ୍ଧ୍ର ପ୍ରଦେଶର ବିଜୟନଗର ଜିଲ୍ଲା ରୁ ଆସିଥିବା ଫୁଟବଲ୍ ଟିମ୍ ସହିତ କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଫୁଟବଲ୍ ଟିମ୍ ମଧ୍ୟରେ ଚିତ୍ତାକର୍ଷକ ମ୍ୟାଚ ହୋଇଥିଲା। ବିଶ୍ବନାଥପୁର 1-0 ଗୋଲରେ ଆଗୁଆ ରହି ବିଜୟ ନଗର ଠାରୁ ବିଜୟ ଲାଭ କରିଥିଲା। ହେବାକୁ ଥିବା ପ୍ରଥମ ସେମି ଫାଇନାଲରେ କୋରାପୁଟ ବନାମ ତୟାପୁଟ ମଧ୍ୟରେ ସଙ୍ଘର୍ଷ ପୁର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ। ଦ୍ବିତୀୟ ମ୍ୟାଚ ହେବ ଲକ୍ଷ୍ମୀପୁର ବନାମ ବିଶ୍ଵନାଥପୁର। ଦୀର୍ଘ ଦିନର ଅପେକ୍ଷା ପରେ ହେଉଥିବା ଫୁଟବଲ ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ସାଙ୍ଗକୁ, ଭାରି ଉତ୍ସାହ ଦେଖିବାକୁ ମିଳୁଛି। ଫୁଟବଲ ଖେଳ ପ୍ରେମି ବହୁତ୍ ଦିନ ବ୍ୟବଧାନ ପରେ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହେଉଥିବା ହେତୁ ବହୁ ସଂଖ୍ୟାରେ ଯୋଗ ଦେଇ ଫୁଟବଲ ଖେଳର ମଜା ଉଠାଉଛନ୍ତି ।

 ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ