।। ପ୍ରସ୍ତୁତି ପଥେ ଭଂଜପୁର ଜଗଦ୍ଧାତ୍ରୀ ମେଳା ।।

Nov 6, 2024 - 20:21
 0  54
।। ପ୍ରସ୍ତୁତି ପଥେ ଭଂଜପୁର ଜଗଦ୍ଧାତ୍ରୀ ମେଳା ।।

ବାରିପଦା - ତା :- ୦୬/୧୧/୨୦୨୪ ରିଖ ଉତ୍ତର ଓଡିଶାର ପ୍ରସିଦ୍ଧ ଭଂଜପୁର ଜଗଦ୍ଧାତ୍ରୀ ମେଳା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଛାଲିଛି I ଏହି ଅବସରରେ ଭଂଜପୁର ପୂଜା ଓ ମେଳା କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ମେଳା କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାର୍ଣ୍ଡି, କାର୍ଯ୍ୟକାରୀ ସଭାପତି, ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ମେଳା କମିଟି ଉପାଧ୍ୟକ୍ଷ କଳିଙ୍ଗ କେଶରୀ ଜେନା, ମୁଖ୍ୟ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ, ପୂଜା ଉପାଧ୍ୟକ୍ଷ ଜ୍ଞାନେନ୍ଦ୍ର ପ୍ରସାଦ ଦାଶ, ସାଂସ୍କୃତିକ ସମ୍ପାଦକ ପ୍ରୀତମ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏ ବର୍ଷ ମେଳାର ରୂପରେଖ ବିଷୟରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ I ମା' ଙ୍କ ପୂଜା ଚଳିତ ମାସ ୧୦ ତାରିଖରେ ଅନୁଷ୍ଠିତ ହେଉଥିବା ବେଳେ ମେଳା ୧୩ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ I ଜିଲ୍ଲା ତଥା ରାଜ୍ୟ ବାହାରୁ ମେଳାରେ ପ୍ରାୟ ୩୫୦ ଷ୍ଟଲ ପ୍ରଦର୍ଶିତ ହେବ I ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ I ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ, ଚିତ୍ରାଙ୍କନ, ବକ୍ତୃତା ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ I ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି ବୋଲି କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ I ଏ ବର୍ଷର ବିଶେଷ ଆକର୍ଷଣ ରହିଛି ନେପାଳ ସ୍ଥିତ ଜାନକୀ ମନ୍ଦିରର ତୋରଣ ସଜ୍ଜା I ୨୪ ତାରିଖ ପରେ ମଧ୍ୟ ରାଜ୍ୟ ତଥା ଜାତୀୟ ସ୍ତରୀୟ କଳାକାର ମାନଙ୍କର ରଂଗାରଙ୍ଗ କାର୍ଯ୍ୟକ୍ରମ ରହିଛି I ଭିଡକୁ ଲକ୍ଷ୍ୟ ରଖି ସିସିଟିଭି କ୍ୟାମେରା, ଅଗ୍ନିନିର୍ବାପକ ଯନ୍ତ୍ର ସହିତ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି I ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ