।। ପ୍ରଶାସନ ହସ୍ତକ୍ଷେପ ପରେ ରାସ୍ତା ରୋକ ହଟିଲା ।।

Nov 2, 2024 - 11:34
 0  97
।। ପ୍ରଶାସନ ହସ୍ତକ୍ଷେପ ପରେ ରାସ୍ତା ରୋକ ହଟିଲା ।।

ବାତ୍ୟା "ଦାନା" ଯୋଗୁଁ ବରୀ ଅଂଚଳରେ ଲଗାଣ ବର୍ଷା ଏକାଧିକ ଦିନ ଲଗିରହିଲା। ଏହି ଲଗାଣ ବର୍ଷା ରେ ଶହଶହ ଏକର ଧାନ,ବିରି, ପନିପରିବା କରିଥିବା ଚାଷଜମି ବର୍ଷା ପାଣିରେ ବୁଡି ରହିବା ଯୋଗୁଁ ଚାଷୀ ମାନଙ୍କ ର ବ୍ୟାପକ କ୍ଷୟକ୍ଷେତି ହୋଇଥିଲା। ବିଶେଷ କରି ବରୀ କଳାମାଟିଆ ରାସ୍ତାର ପାଶ୍ୱରେ ଥିବା ଲୋକ ମାଛ ଧରିବା ନିମନ୍ତେ ଜାଲ ବସାଇବା ଯୋଗୁଁ ପାଣି ନିଷ୍କାସନ ହୋଇ ନ ପାରିବାରୁ ଚାଷୀ ମାନଙ୍କ ବିଲରେ ପାଣି ଜମି ରହିବା ରୁ ଚାଷୀ ମାନଙ୍କ ଫସଲ ନଷ୍ଟ ହୋଇଥିଲା। ଏ ନେଇ ବହୁ ସଂଖ୍ୟକ ଚାଷୀ ବରୀ- କଳାମାଟିଆ ରାସ୍ତା ଉପରେ ବସି ରହୁଥିଲେ। ଏହାକୁ ଗୁରୁତ୍ୱ ଦେଇ ଆଜି ବରୀ ତହସିଲଦାର ସାଇଶ୍ରୀ ଲୋକନାଥ ସେଠି, ଥାନା ଅଧିକାରିଣୀ ସୁମତୀ କୁମାରୀ ମହାନ୍ତି ଓ ଏସ ଆଇ ରମାକାନ୍ତ ନାୟକ ଘଟଣା ସ୍ଥଳରେ ପହଂଚି ବା ପରେ ଜାଲ ବସାଇ ପାଣି ନିଷ୍କାସନ କୁ ଅବରୋଧ କରୁଥିବା ବ୍ୟକ୍ତି ମାନଙ୍କୁ ଜାଲ ଉଠାଇବା ସହିତ ବାଡ଼ ଗୁଡିକୁ ହଟାଇ ଦେବାକୁ ସ୍ଥାନୀୟ ଲୋକ ମାନଙ୍କୁ ସହ ଯୋଗ କରିବାକୁ କହିଥିଲେ। ପରେ ଜଳ ନିଷ୍କାସନ ସ୍ୱାଭାବିକ ହେବାରୁ ରାସ୍ତା ରୋକ କରିଥିବା ଚାଷୀ ମାନେ ରାସ୍ତା ଅବରୋଧରୁ ହଟିଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ