ପ୍ରତେକ୍ଷ ଦେବୀ ମା ହିଙ୍ଗୁଳା ଙ୍କ ବାର୍ଷିକ ଉତ୍ସବ

ବଡ଼ସାହି : (ପ୍ରଦୋଷ ) ପ୍ରତି ବର୍ଷ ପରି ଚଳିତ ବର୍ଷ ଶନିବାର ଦିନ ଉତ୍ତର ଓଡିଶା ର ବଡ଼ସାହି ଥାନା ଅଧୀନ ସୁହାଗପୁର ଗ୍ରାମପଞ୍ଚାୟତ କୋଉଡି ଖଣି ସ୍ଥିତ ପ୍ରତେକ୍ଷ ଦେବୀ ମା ହିଙ୍ଗୁଳା ଙ୍କର ବାର୍ଷିକ ଉତ୍ସବ ବହୁ ଆଡ଼ମ୍ବର ସହିତ ଉଦଯାପିତ ହେଇଯାଇଛି l ବିଭିନ୍ନ ଦୂର ଦୁରାନ୍ତ ରୁ ବହୁ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଭୋର ଚାରି ଟା ସମୟରୁ ପ୍ରାୟ ଦଶ ଲକ୍ଷ ରୁ ଉର୍ଦ୍ଧ ମାଙ୍କ ପୀଠ ନିକଟକୁ ଶୁଅ ଛୁଟାଇ ଥିବାର ଦେଖିବାକୁ ମିଳିଥିଲା ଓ ମାଙ୍କ ପୀଠ ସଂଲଗ୍ନ ସମସ୍ତ ରାସ୍ତା ଲୋକାରଣ୍ୟ ହୋଇ ଉଠିଥିଲା l ପୀଠ ନିକଟତର ପାଞ୍ଚ କିଲମିଟର ଦୂରରୁ ପୋଲିସ ପ୍ରଶାସନ ତରଫରୁ ବେରିକେଟ, ପାନୀୟ ଜଳ ର ବ୍ୟବସ୍ତା କରାଯାଇଥିଲା l ନୀତି ରୀତି ସହିତ ମାଙ୍କର ପୂଜା କାର୍ଯ୍ୟକ୍ରମ ସମ୍ପାଦନ ସହିତ ମାଙ୍କ ହୋମ କୁଣ୍ଡ ରେ ଅଗ୍ନି ନିୟୋଜିତ କରାଯାଇଛି l ମନ୍ଦିର ନିକଟରେ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ବ୍ୟବସାୟ ନିମନ୍ତେ ବସିଥିବାର ଦେଖିବାକୁ ମିଳିଛି ଧୂଳି ନିୟନ୍ତ୍ରଣ ନିମନ୍ତେ ପାଣି ଟାଙ୍କି ଦ୍ୱାରା ପାଣି ଛିଞ୍ଚନ କରାଯାଇଥିଲା l ତେବେ ମାଙ୍କର ଏହି ମେଳା ଆଗାମୀ ଦଶ ଦିନ ପର୍ଯ୍ୟନ୍ତ ଲାଗି ରହିବାର ଅଛି l ଅନୁଷ୍ଠାନ ତରଫରୁ ପ୍ରସାଦ ବଣ୍ଟନ ର ବ୍ୟବସ୍ତା କରାଯାଇଥିଲା l ମା ହିଙ୍ଗୁଳା ଜଗତ ବାସି ଙ୍କୁ ତାଙ୍କର ଘଣ୍ଟ ଘୋଡେଇ ରଖିଥାନ୍ତୁ l
What's Your Reaction?






