ପୋଲିସ ଏବଂ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିତ ଗାଡ଼ିମୋଟର ଯାଞ୍ଚ ସହ ଜୋରିମାନା ଆଦାୟ

May 14, 2025 - 18:21
 0  13
ପୋଲିସ ଏବଂ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିତ ଗାଡ଼ିମୋଟର ଯାଞ୍ଚ ସହ ଜୋରିମାନା ଆଦାୟ

କନ୍ଧମାଳ: (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ହିଲ୍‌ଭିୟୁ ଛକ ନିକଟରେ ପୋଲିସ ଏବଂ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ଗାଡ଼ିମୋଟର ଯାଞ୍ଚ କରାଯାଇଛି। ଏଥିରେ ବିନା ହେଲମେଟ୍‌ରେ ଯାତ୍ରା ସହ ସିଟ ବେଲ୍ଟ, ବାଇକ୍‌ରେ ୨ରୁ ଅଧିକ ଯାତ୍ରୀ, ଗାଡ଼ି କାଗଜପତ୍ର, ଆଦି ଯାଞ୍ଚ କରାଯାଇଥିଲା। ମୋଟ୍‌ ୩୪ଟି ଚାଲାଣ କଟାଯାଇ ମୋଟ୍‌ ୨ ଲକ୍ଷ ୧୯ ହଜାର ଜୋରିମାନା ବାବଦକୁ ଆଦାୟ କରାଯାଇଥିବା କନ୍ଧମାଳର ଟ୍ରାଫିକ ସବ୍‌ଇନ୍ସପେକ୍ଟର ଶିବାନୀ ମାଝୀ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବ୍ରିଥ୍‌ ଆନା ଲାଇଜର ମେଶିନ ଦ୍ୱାରା ଯାଞ୍ଚ କରାଯାଇ ୩ ଜଣ ମଦ୍ୟପ ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ରଦ୍ଦ କରାଯିବା ସହ ଜୋରିମାନା ଆଦାୟ କରାଯାଇଛି। ସେହିପରି ବିନା ହେଲମେଟ୍‌ରେ ଯାତ୍ରା ସହ ଗାଡ଼ି ରେଜିଷ୍ଟ୍ରେଶନ କାଗଜପତ୍ର,ଇନ୍‌ସ୍ୟୁରାନ୍ସ, ସିଟବେଲ୍ଟ ଆଦିରେ ଅନିୟମିତତା କରିଥିବା ୩୧ଟି ମାମଲା ରୁଜୁ କରାଯାଇ ଜୋରିମାନା ଆଦାୟ କରାଯାଇଛି। ଏଥିରେ ଦାରିଙ୍ଗବାଡ଼ି ଥାନାର ଏଏସ୍‌ଆଇ ଅର୍ଜୁନ ଶବର, ଆଇଆରବି ଯବାନ ଓ ପରିବହନ ବିଭାଗର କର୍ମଚାରୀ ମିଳିତ ଭାବେ ଉପସ୍ଥିତ ରହି ଗାଡ଼ିମୋଟର ଯାଞ୍ଚ କରିଥିଲେ।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ