ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ୪ ଅଭିଯୁକ୍ତ ଅଦାଲତ ଚାଲାଣ

ବରୀ ତା:-୨୬/୦୭/୨୦୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା) ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ରତଳାଙ୍ଗ ପଂଚାୟତ ଖଜୁରୀ ପୋଖରୀ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ଯୋଗୁଁ ସହଦେବ ଯେନା ନାମକ ଜଣଙ୍କର ଅବସ୍ଥା ଗୁରୁତର ହୋଇ ଚିକିତ୍ସା ଧିନ ଅଛନ୍ତୀ। ସୂଚନା ମୁତାବକ ବିଗତ ଦିନରେ ପାରିବାରିକ ଶତ୍ରୁତାକୁ ନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା ପରେ ବୋମା ମାଡ଼ ହୋଇଥିଲା ସେତେବେଳେ ବରୀ ପୋଲିସ ଉଭୟ ପରିବାର ସଦସ୍ୟ ମାନଙ୍କୁ ଡାକି ଏକ ଶାନ୍ତି କମିଟି ଗଠନ କରିବା ସହ ଘଟଣାର ଆପୋଷ ସମାଧାନ କରିଥିଲେ। ସହଦେଵ ଯେନା ବରୀ ମାଉଣ୍ଡରୁ ହାଟ ସଉଦା ସାରି ଘରକୁ ଫେରୁଥୁବା ବେଳେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ସେହି ଗ୍ରାମର ଅଶୋକ ଯେନା, ଚନ୍ଦନ ଯେନା, ଚଣ୍ଡୁ ଯେନା, ସୁରେନ୍ଦ୍ର ଯେନା, ଭାଉଆ ଯେନା, ବାବୁଲି ଯେନା, ରାଜକିଶୋର ଯେନା, ନିର ଯେନା ଓ କାହ୍ନୁ ଯେନାଙ୍କ ସମେତ ତାକ ପରିବାର ସଦସ୍ୟ ମାନେ ସଂଘବଧ ଭାବେ ଆକ୍ରମଣ କରିଥିବା ବରୀ ରାମଚନ୍ଦ୍ରପୁର ଥାନାରେ ସହଦେଵଙ୍କ ପତ୍ନୀ ପ୍ରତିମା ଯେନା ଲିଖିତ ଅଭିଯୋଗ କରିଥିଲେ। ଖବର ମୁତାବକ ଆକ୍ରମଣ ଶିକାର ହୋଇଥିବା ସହଦେଵ ଯେନାଙ୍କୁ ସ୍ଥାନୀୟ ଲୋକମାନେ ଆହତ ଅବସ୍ଥାରେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଦାୟିତ୍ଵରେ ଥିବା ଡାକ୍ତର ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡମେଡିକାଲକୁ ପଠାଇ ଦେଇଥିଲେ। ଘଟଣାକୁ ଗୁରୁତ୍ଵ ଦେଇ ବରୀ ପୋଲିସ ୪୩୩/୨୪ରେ ଏକ ମାମଲା ରୁଜୁ କରି ବିଭିନ୍ନ ଦଫାରେ ଘଟଣାର ସମ୍ପୃକ୍ତ ରାଜ କିଶୋର ଯେନା, କାହ୍ନା ଯେନା, ଫୁକନ ଯେନା, ମନୋଜ ଯେନା ନାମକ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ରମାକାନ୍ତ ନାୟକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






