ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟର ବାର୍ଷିକ ଉତ୍ସବ - "ଉମଙ୍ଗ" ଅନୁଷ୍ଠିତ

Mar 30, 2025 - 21:06
 0  16
ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟର ବାର୍ଷିକ ଉତ୍ସବ - "ଉମଙ୍ଗ" ଅନୁଷ୍ଠିତ

ବାରିପଦା - ତା :- ୨୯/୦୩/୨୦୨୫ ରିଖ ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ - "ଉମଙ୍ଗ" - ୨୦୨୫ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷକ ସୋମନାଥ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ ପାଇଁ ବାର୍ଷିକ ଉତ୍ସବ ପ୍ରେରଣା ଯୋଗାଇଥଏ ବୋଲି ପ୍ରକାଶ କରିଥିଲେ I ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଜିଲ୍ଲା ଶିଶୁ ସୁରକ୍ଷା ଆଦିକାରୀ ମମତାମୟୀ ବିଶ୍ୱାଳ ଶିଶୁ ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଚି଼ହ୍ନଟ କରି ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ଶିକ୍ଷକ / ଶିକ୍ଷୟତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ I ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନ, ଜିଲ୍ଲା ବାଳିକା ଶିକ୍ଷା ସଂଯୋଜକ ପ୍ରଫୁଲ୍ଲ କୁମାର ବାରିକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ବ୍ରଜମୋହନ ମୁର୍ମୁ, ସି ଆର ସି ସି ଧନଞ୍ଜୟ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚୁମୁକି ବେହେରା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ ମହାନ୍ତି, ରାମଚନ୍ଦ୍ର ବେହେରା, କମଳ ଲୋଚନ ମହାକୁଡ଼, ଅସୀମ ଚକ୍ରବର୍ତ୍ତୀ, ବଳରାମ ନାଥ, ସମାଜସେବୀ ସୁଚରିତା ମହାନ୍ତି, ଶିକ୍ଷକ ନେତା ସିଦ୍ଧେଶ୍ୱର ମିଶ୍ର ତଥା ବରିଷ୍ଠ ଶିକ୍ଷକ ନବ କିଶୋର ପାଲବାବୁ ପୁରସ୍କାର ବିତରଣୀ ଉତ୍ସବରେ ଯୋଗ ଦେଇଥିଲେ I ବିଭିନ୍ନ ପ୍ରକାର ଖେଳକୁଦ, ଚିତ୍ରାଙ୍କନ, କୁଇଜ, ନିୟମିତ ଉପସ୍ଥାନ, ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା I ଶୁଭସ୍ମିତା ବେହେରା ଓ ଦଶରଥ ମାଝୀଙ୍କୁ ଏ ବର୍ଷର ଶ୍ରେଷ୍ଠ ଛାତ୍ରଛାତ୍ରୀ ଭାବେ ପୁରସ୍କୃତ କରାଯାଇଥିଲା I ଶିକ୍ଷକ ସୌମ୍ୟ ଦାଶ, ଶିକ୍ଷୟତ୍ରୀ ସୁମିତ୍ରା ରାଉତ, ୱାର୍ଡେନ ସରୋଜ କୁମାର ସାବତ, ଏକାଉଣ୍ଟେଣ୍ଟ ଗୌତମ ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀ, ହଷ୍ଟେଲର କର୍ମଚାରୀ, ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ, ବାରିପଦାର ଗୁରୁ ଶିକ୍ଷକ / ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I ଏହି ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କ ଗହଣରେ ବିଦ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ I ନୃତ୍ୟ ନିର୍ଦେଶକ ରୁପମ ରାମ, କଳା ଶିକ୍ଷକ ରବୀନ କୁମାର ମହାପାତ୍ର , ମହେଶ୍ୱର ମାରାଣ୍ଡି ଓ ରାତ୍ରି ଜଗୁଆଳି ବାମା ଚରଣ ବାନାରାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା I ଗଣେଶ ବେହେରା ମଞ୍ଚ ପରିଚାଳନା କରିଥିଲେ I ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ