ପି ପି ପି ଟ୍ରଷ୍ଟର ବନ୍ଧୁ ମିଳନ ରେ ସଂରକଳ୍ପ ନେଲେ ୧୦୮ ଫୁଟ ଉଚ୍ଚ ହନୁମାନ ମୂର୍ତ୍ତି ପ୍ରତିଷ୍ଠା,ପର୍ଯ୍ୟଟନର ବିକାଶ ସହିତ ମାନବ ସେବା ହିଁ ମାଧବ ସେବା
ବାରିପଦା - ତା :- ୨୯/୦୧/୨୦୨୬ ରିଖ ବାରିପଦା ନିକଟସ୍ଥ ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ବୁଢାବଳଙ୍ଗ ନଦୀ କୂଳରେ ସ୍ଥିତ ସାନ କୁଲିଢିହା ଗ୍ରାମରେ ପି ପି ପି ଟ୍ରଷ୍ଟର ବନ୍ଧୁମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି I ଏହି ଅଂଚଳରେ ଏକ ହନୁମାନ ବାଟିକାର ନିର୍ମାଣ ସହ ଏକ ପର୍ଯ୍ୟଟନ ସ୍ଥଳୀର ଓ ଚିକିତ୍ସା କ୍ଷେତ୍ରରେ ବିକାଶ କରିବା ପାଇଁ ଟ୍ରଷ୍ଟ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି I ୧୦୮ ଫୁଟ ଉଚ୍ଚର ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି, ଗୋଶାଳା, ବୃଦ୍ଧାଶ୍ରମ, ଗୁରୁକୁଳ ଶିକ୍ଷା ବ୍ୟବସ୍ଥା, ଅତ୍ୟାଧୁନିକ ଡାକ୍ତରଖାନା ସ୍ଥାପନା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଡଃ ଅକ୍ଷୟ କୁମାର ମହାନ୍ତି ପ୍ରକାଶ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଡଃ ନିରୋଜ କୁମାର ପୋଥାଳ, ଟ୍ରଷ୍ଟୀ ତଥା ସମାଜସେବୀ ସୋମନାଥ ସିଂହ, ଶିଖ ଧର୍ମଗୁରୁ ସର୍ଦ୍ଦାର ହରିଚରଣ ସିଂହ, ବରିଷ୍ଠ ନାଗରିକ ତଥା ପୂଜକ ଜୟକୃଷ୍ଣ ମିଶ୍ର, କାର୍ଯ୍ୟାଳୟ ସମ୍ପାଦିକା ସୁମିତା ଚୌବେ, ଉପଦେଷ୍ଟା ବିମଳ ଲୋଚନ ପାଣିଗ୍ରାହୀ, ସଦସ୍ୟା ସବିତା ବେହେରା, ସୁଜାତା ମହାପାତ୍ର, ସୁଲୋଚନା ରାଉତ ପ୍ରମୁଖ ଉପସ୍ଥିତ ରହି ନିଜନିଜର ସୁଚିନ୍ତିତ ମତ ରଖିଥିଲେ I ସଂଜୀବ ସାହୁ, ଶ୍ରୀକାନ୍ତ ରାଉତ, ଆଇନଜୀବୀ ଉତ୍ତମ ଦଳବେହେରା ଓ ପି ସି ସେଠି, ଇନ୍ଦୁମତୀ ମହାନ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବଡ ହଳଦିଆକନ୍ଦ ଓ ସାନକୁଲିଢିଆ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ I ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ଫଳରେ ସ୍ଥାନୀୟ ଅଂଚଳର ଯୁବକ ଯୁବତୀ, ଅଂଚଳ ବାସୀ ତଥା ଆଖପାଖ ଅଂଚଳର ମଧ୍ୟ ବିକାଶ ହୋଇପାରିବ ବୋଲି ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିବା ସାମ୍ବାଦିକ ଗୌରଦାସ ଗିରି, ହିମାଂଶୁ ପ୍ରହରାଜ, ଅଜିତ କୁମାର ଦାସ ଓ ଶିବାନନ୍ଦ ବାଗ ପ୍ରକାଶ କରିଥିଲେ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0