।। ପାହାଡ଼ ଚଟାଣ ଉପରେ ବସିଛି କଲରାପତରିଆ ବାଘ ଲୋକେ ଆତଙ୍କିତ ।।

Nov 30, 2023 - 20:53
 0  56
।। ପାହାଡ଼ ଚଟାଣ ଉପରେ ବସିଛି କଲରାପତରିଆ ବାଘ ଲୋକେ ଆତଙ୍କିତ ।।

ନୂଆପଡା - ନୂଆପଡା ଜିଲାରେ ବାଘ ଆତଙ୍କ ଥମିବାର ନାଁ ନେଉନାହିଁ । କିଛି ଦିନର ବ୍ୟବଧାନ ପରେ ପୁଣି ନୂଆପଡା ଜିଲ୍ଲା ସଦର ରେଞ୍ଜ କୁକୁରାତାଳ ଗାଁ ରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା l ଗାଁ ପଶ୍ଚିମ ରେ ରହିଛି ମୁସରଙ୍ଗୀ ସଂରକ୍ଷୀତ ଜଙ୍ଗଲ । ଜଙ୍ଗଲ ରେ ଥିବା ହୂର୍ରାବାଡା ଡ଼ଙ୍ଗର ଉପରେ ରହିଥିବା ପଥର ଚଟାଣ ଉପରେ ବାଘ ବସିଥିବା ଗାଁ ର ଲୋକେ ଦେଖିବା ପରେ ଗାଁ ର ଜଣେ ଯୁବକ ସାହସ କରି ନିଜ ମୋବାଇଲ ରେ ଭିଡ଼ିଓ ଉତ୍ତୋଳନ କରିଥିଲେ । ଯାହାକୁ ଦେଖି ଗାଁ ରେ ବର୍ତମାନ ଏକ ପ୍ରକାର ଭୟ ର ବାତାବରଣ ଖେଳି ଯାଇଛି। ଖବର ପାଇଁ ନୂଆପଡା ବନ ବିଭାଗର ଆମାନାରା ସେକ୍ସନ ର ଫରେଷ୍ଟର ଙ୍କ ସହ ଏକ ଟିମ ଘଟଣା ସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏ ଅଞ୍ଚଳରେ ଘରୁ ନ ବାହାରିବା ପାଇଁ ସତର୍କତା ଅଵଲମ୍ବନ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି । ଏହାସହ ମାଇକ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି । ସକାଳୁ ବାଘ ଟି ଚଟାଣ ରେ ବସିଥିବା ଦେଖିବାକୁ ମିଳିଥିବା ବେଳେ ବର୍ତମାନ କିନ୍ତୁ ଆଉ ଦେଖ ଯାଉନାହିଁ । କଲରାପତରିଆ ବାଘ ଟି ମେଘୁଆ ତଥା ଥଣ୍ଡା ପାଗରେ ବାହାରକୁ ବାହାରୁଥିବା ବେଳେ ଖରା ପାଇଁ କୋଣସି ପଥର ଖୋଲ ରେ ରହିଥିବା ଅନୁମାନ କରା ଯାଉଛି। ବର୍ତମାନ ମଧ୍ୟ ବନ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ରହି ବାନ୍ୟଜନ୍ତୁ ସହ ସାଧାରଣ ଲୋକଙ୍କୁ କିଭଳି ସୁରକ୍ଷା ଦିଆ ଯାଇ ପାରିବ ସେନେଇ ଜଗି ବସିଛନ୍ତି । ସେପଟେ ଜଙ୍ଗଲ ଚାରିପାଖେ ତର୍ଜଳି ସହ ଲାଇଟ ବ୍ୟବସ୍ଥା କରିବା ପାଇଁ ଗାଁ ଲୋକେ ଦାବୀ କରୁଛନ୍ତି ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ