।। ପାଣିର ସମସ୍ୟା କୁ କେବେ ଦୂର କରିବେ ସରକାର ।।

ରାୟଗଡ଼ା ଜିଲ୍ଲା. ରାୟଗଡ଼ା ବ୍ଲକ. ବଡ଼ ଇରୁକୁବାଡି ପଞ୍ଚାୟତ ର ସ୍ଥଳ କପାଡାଙ୍ଗ ଗ୍ରାମରେ ପାଣିର ସୁବିଧା ନାହିଁ l ଆଜିକୁ -୧୫-୨୦- ବର୍ଷ ହେଲାଣି ସ୍ଥଳ କପାଡାଙ୍ଗ ଗ୍ରାମ ରେ ଲୋକ ମାନେ ବାସ କରି ଆସୁ ଅଛନ୍ତି l ସରକାର ଏବେ ପର୍ଯ୍ୟନ୍ତ ଲୋକ ଙ୍କ ଦୁଃଖର କଥାକୁ ବୁଝିପାରୁନାହାଁନ୍ତି l ଗୋଟିଏ ନଳକୂପ ଓ ଗୋଟିଏ ସୋଲାର ଟ୍ୟାଙ୍କି ବସାଇଥିଲେ କିନ୍ତୁ ତାହା କାହିଁରେ କାର୍ଯ୍ୟକ୍ଷମ ନାହିଁ l ଏବଂ ଲୋକମାନଙ୍କୁ ପାଣି ଆଣିବାକୁ ହେଲେ ପ୍ରାୟ -୧- କିଲୋମିଟର ଚାଲି ଚାଲି ଯାଇ ଚୁଆ ର ପାଣିକୁ ଗୋଟିଏ କଫଡ଼ା ସହ ଚାଣୀକି ଆଣିବାକୁ ପଡ଼ୁଛି l ଓ ସେହି ଚୁଆ ର ପାଣି ଜଳବର୍ଷା ହେଲେ କାଦୁଅ ପାଣି ହେଇଯାଉଛି l ତଥାପି ଲୋକମାନଙ୍କୁ ସେହି କାଦୁଅ ପାଣି ଖାଇବାକୁ ପଡ଼ୁଛି l ଏବଂ -୧୮ ପରିବାର ଘର -୧୧୦ ରୁ ଉର୍ଦ୍ଧ ଲୋକ ସଂଖ୍ୟା ସେହି ଗ୍ରାମରେ ବାସ କରି ଆସୁଅଛନ୍ତି l ଓ ସେହି ଗାଁ ର ମହିଳା ମାନେ -୧- କିଲୋମିଟର ଦୂର ପାଣି ପାଇଁ ନାନା ଅସୁବିଧା ର ସମ୍ମୁଖିନ ହେଉଛନ୍ତି l କିନ୍ତୁ ପାନୀୟ ଜଳର ସମସ୍ୟା ସମାଧାନ ହେଇପାରୁନାହିଁ l ତେଣୁ ପାନୀୟ ଜଳର ସମସ୍ୟାକୁ ଦୂର କରିବା ପାଇଁ ପଞ୍ଚାୟତ ତରପରୁ ଏକ ବର୍ ଟ୍ୟାଙ୍କି ର ଯୋଗେ ପାନୀୟ ଜଳ ଯୋଗାଣ କରାଗଲେ ଭଲ ହୁଅନ୍ତା ବୋଲି ପ୍ରକାଶ କରିଛନ୍ତି l ଏବଂ ସେଠାରେ ଉପସ୍ଥିତ ରହି ଦାବି କରିଛନ୍ତି l ଶ୍ରୀ ମାଲି ପୁଲାକା. କାତୁରୁ ପୁଲାକା. ବାରିକା ତାଡିଙ୍ଗି. ଦାଲିୟା ପୁଲାକା. ରାତୁନୁ ପୁଲାକା. ଶ୍ରୀ ମତୀ ପକ ତାଡିଙ୍ଗି. ଅମ୍ବିକା ପୁଲାକା. ରାଧାମାନି ପୁଲାକା ପ୍ରମୁଖ ଦାବି କରିଛନ୍ତି l
ବନ୍ଧୁଗାଁ ରୁ ମଣ୍ଡଳ ମିଣୀଆକା ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






