।। ପନ୍ଦର ଫୁଟ ତଳକୁ ଖସିଲା ଅଲ୍ଟୋ କାର, ଜଣେ ଯୁବକ ମୃତ, ଜଣେ ଗୁରୁତ୍ୱର ।।

Oct 18, 2024 - 19:44
 0  40
।। ପନ୍ଦର ଫୁଟ ତଳକୁ ଖସିଲା ଅଲ୍ଟୋ କାର, ଜଣେ ଯୁବକ ମୃତ, ଜଣେ ଗୁରୁତ୍ୱର ।।

ଭାରସାମ୍ୟ ହରାଇ ପନ୍ଦର ଫୁଟ ଚାଷ ଜମି ତଳକୁ ଖସିଲା ଆଲ୍ଟ କାର,ଫଳରେ ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟି ଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି lଏଭଳି ଦୁଃଖଦ ଘଟଣା ଘଟିଛି ଓଡ଼ିଶା ସୀମାନ୍ତ ଆନ୍ଦ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲା ମୁଚିମପୁଟ ଥାନା ଅନ୍ତର୍ଗତ ଅସରଡା ଘାଟିରେ।ଦୁର୍ଘଟଣା ରେ ମୃତ ଯୁବକ ଜଣକ ହେଲେ କୋରାପୁଟ ଜିଲା ବୈପାରିଗୁଡା ଗାଁର ଉମା ଶଙ୍କର ଭୂୟାଁ l ଆଜି ସକାଳେ ଏକ ଆଲ୍ଟ କାର ଗାଡି ରେ ଚାରି ଜଣ ଯୁବକ ସାଙ୍ଗ ହୋଇ ଆନ୍ଧ୍ର ପ୍ରଦେଶ ଅଞ୍ଚଳକୁ ବୁଲିବାକୁ ଯାଉଥିଲେ l ଏହି ସମୟ ରେ କୌଣସି କାରଣ ବଶତଃ ଅସରଡା ଗାଁ ନିକଟ ଘାଟିରେ ଭରାସାମ୍ୟ ହରାଇ ଗାଡ଼ି ଟି ରାସ୍ତା ତଳ କୁ ଥିବା ପନ୍ଦର ଫୁଟ ଚାଷ ଜମି ରେ ଖସି ପଡିଥିଲା lଏହି ଦୁର୍ଘଟଣା ରେ ଦୁଇଜଣ ଯୁବକ ଗୁରୁତର ଆହତ ହୋଇଥିବାରୁ ସ୍ଥାନୀୟ ଲୋକଙ୍କୁ ସହାୟତାରେ ଲମତାପୁଟ ର ଘରେଇ ଆଶାକିରଣ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଥିଲା।କିନ୍ତୁ ଡାକ୍ତର ଉମାଶଙ୍କର ଭୂୟାଁଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ l ଆହତ ସିଦ୍ଧାନ୍ତ ମହାନ୍ତିଙ୍କ ଚିକିତ୍ସା ଚାଲିଥିବା ବେଳେ ରାକେଶ ମହାନ୍ତି ଓ ଦୀପକ ଗୌଡ଼ ସୁସ୍ଥ ରହିଛନ୍ତି l

 ଲମତାପୁଟ ସୁବାଷ ମାଳିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ