ପଞ୍ଚାୟତିରାଜ ଦିବସ-୨୦୨୫ ପାଳିତ ହେଲା ଥୁଆମୂଳ ରାମପୁର ବ୍ଲକ ଠାରେ

Apr 25, 2025 - 06:40
 0  132
ପଞ୍ଚାୟତିରାଜ ଦିବସ-୨୦୨୫ ପାଳିତ ହେଲା ଥୁଆମୂଳ ରାମପୁର ବ୍ଲକ ଠାରେ

ଥୁଆମୂଳ ରାମପୁର କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ଯାଳୟ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ - ୨୦୨୫ ମାନ୍ଯବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଚ୍ଚୁଆଲ ମୋର୍ଡ ମାଧ୍ୟମରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଏହି ବ୍ଳକ ସ୍ତରୀୟ ସମାରୋହ ବିଡ଼ିଓ ଧ୍ରୃବ ଚରଣ ମୁଦୁଲିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ବ୍ଳକ ପ୍ରତିନିଧି ପବିତ୍ର ନାଏକ, ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ଯକ୍ଷ ଦୟାନିଧି ମାଝୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧକ୍ଷ ସୀତାକାନ୍ତ ରଣ, ବ୍ଲକ୍ ଅତିରିକ୍ତ ଶିକ୍ଷାଧିକାରୀ ହେମନ୍ତ କୁମାର ପଣ୍ଡା, ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀଣୀ ମଧୁମାଲା ବାଗ, ବ୍ଳକର ବରିଷ୍ଠ ବିଜେପି ନେତା ବାଜ୍ରା ଭୋଇ, ବିପିନ୍ ବିହାରୀ ନାଏକ, ଯୁବ ନେତା ଆଲୋକ କୁମାର ନାଏକ, ଦୟାନିଧି ଭୋଇ, ମହୁଳପାଟଣା ସରପଞ୍ଚ ରତନୀ ମାଝୀ ପ୍ରମୁଖ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ରାଜେନ୍ଦ୍ର ନାରାୟଣ ସିଂ ଦେବ୍ ମଞ୍ଚକୁ ପରିଚାଳନା କରିଥିବା ବେଳେ ବ୍ଳକ ପ୍ରଶାସନ ଓ ଜିପିଓ ତ୍ରିଲୋଚନ ନାଏକ ଆୟୋଜନ କରିଥିଲେ l ଖାଦ୍ୟ ସୁରକ୍ଷା ରୁ ବଞ୍ଚିତ ବ୍ଲକ୍ ର ୧୬ ଜଣ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଥିବା ବେଳେ ଅନ୍ତୋଦୟ ଗୃହ ଯୋଜନାରେ ୪୮୦ ଜଣ ହିତାଧିକାରୀଙ୍କୁ ମଧ୍ୟରୁ ୧୯ ଜଣ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଉପସ୍ଥିତ ଅତିଥିଙ୍କ ଦ୍ଵାରା ୱାର୍କର ଅର୍ଡର୍ ବଣ୍ଟନ କରାଯାଇଥିଲା l ସେଭଳି ୪ଗୋଟି ଗ୍ରାମପଞ୍ଚାୟତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ଜାତୀୟ ପୁରସ୍କାରରେ ପୋଡ଼ାପଦର, ମହୁଲପାଟଣା, ଗୋପାଳପୁର ଗ୍ରାମପଞ୍ଚାୟତକୁ ୩,୮୬,୪୭୩ ଟଙ୍କା ଏବଂ ସିଲେଟ୍ ଗ୍ରାମପଞ୍ଚାୟତକୁ ୫,୭୯, ୭୧୦ଟଙ୍କାର ପ୍ରୋତ୍ସାହନ ରାଶି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଚ୍ଚୁଆଲ ମୋର୍ଡ ମାଧ୍ୟମରେ ଚେକ୍ ଦ୍ଵାରା ଯୋଗେଇ ଦେଇଥିଲେ l ଏହି ପରିପ୍ରେକ୍ଷୀରେ ଇନ୍ଦିରାବତୀ ଜଳଭଣ୍ଡାରରେ ନିତିଦିନିଆ ଡଙ୍ଗାଚଳକୁ ଦୃଷ୍ଟିରେ ରଖି ସେମାନଙ୍କୁ ସୁରକ୍ଷା ସରଞ୍ଜାମ ପ୍ରଦାନ କରାଯାଇଥିଲା। ଏଥିରେ ସମନ୍ବିତ ଶିଶୁ ବିକାଶ ଯୋଜନାର ଷ୍ଟଲ, ସ୍ବାସ୍ଥ୍ୟ ବିଭାଗ ଷ୍ଟଲ, କୃଷି ବିଭାଗ ଷ୍ଟଲ ମାନ ଖୋଲାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା. ଏହି ଦିବସରେ ଅଂଚଳର ଲକେ ବସହୁସଂଖ୍ୟାରେ ଜଗଦେଇ ଥିବା ଦେଖିବାକୁ ମିଳିଥିଲା.

କଳାହାଣ୍ଡି ଜିଲ୍ଲା ଥୂଆମୂଳ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ