ନେସନାଲ କଲେଜ ରେ 47ତମ ବାର୍ଷିକ ଉତ୍ସବ ପାଳନ

Jan 27, 2025 - 18:45
 0  14
ନେସନାଲ କଲେଜ ରେ 47ତମ ବାର୍ଷିକ ଉତ୍ସବ ପାଳନ

ନୂଆପଡା : ସଦର ମହକୁମା ସ୍ଥିତ ନେସନାଲ କଲେଜ ରେ 76 ତମ ସାଧାରଣତନ୍ତ୍ର ଦିବସ ଓ 47ତମ ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଅଛି । ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ଓ ସାହିତ୍ୟ,ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟା ଅତିଥି ଭାବେ ଯୋଗ ଦେଇ ବାର୍ଷିକ ଉତ୍ସବ କୁ ଉଦଘାଟନ କରିଥିଲେ । ସର୍ବପ୍ରଥମେ ଛାତ୍ରୀ ମାନେ ମନ୍ତ୍ରୀ ତଥା,ଅତିଥି ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା, ଡା,ସୋନିଆ ଗୋଲଡି ଅଗ୍ରୱାଲ,ଶ୍ରୀ ଅଭିନନ୍ଦନ ପଣ୍ଡା,ଶ୍ରୀ ଗୋଲ୍ଡୀ ଅଗ୍ରୱାଲ,ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାଢ଼ୀ,ଶ୍ରୀ ଖିତିଶ ଅଶୋକ ବୋଧଙ୍କର, ଙ୍କୁ ତିଳକ, ଚନ୍ଦନ, ପୁଷ୍ପ ଦେଇ ଆତସବାଜି ମଧ୍ୟ ରେ ମଞ୍ଚକୁ ପାଛୋଟି ଆଣିଥିଲେ। ଭଗବାନଙ୍କ ପୂଜାର୍ଚନା କରିଥିଲେ। ଛାତ୍ର ଛାତ୍ରୀଙ୍କ ଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିବା। ପରେ ପରେ ଅତିଥି ଓ ମୁଖ୍ୟ ଅତିଥି ତାଙ୍କର ଅଭିଭାଷଣ ଦେଇଥିଲେ। ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମନ ପତ୍ର ସହ ଟ୍ରଫି ପ୍ରଦାନ୍ କରିଥିଲେ।। ଛାତ୍ର ଛାତ୍ରୀ ମାନେ ଅନେକ ନୃତ୍ୟ ସଙ୍ଗୀତ ପରିବେଷଣ କରି ସମସ୍ତ ଙ୍କ ମନୋରଞ୍ଜନ କରିଥଲେ, ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରି ବିଭିନ୍ନ ଦାବି ଉପସ୍ଥାପନା କରିଥଲେ,ମଞ୍ଚ କୁ ପରିଚାଳନା କରିଥିଲେ କ୍ରୀଡ଼ା ଶିକ୍ଷକ ଶ୍ରୀ ପ୍ରକାଶ କୁମାର ସାହୁ ଓ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ଦୁର୍ଲ୍ଲଭ ଚରଣ ବେହେରା l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ