ନେସନାଲ କଲେଜ ନୂଆପଡ଼ାରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ
ନୂଆପଡ଼ା : ସଦର ମହକୁମାରେ ସ୍ଥିତ ନେସନାଲ କଲେଜ ନୂଆପଡ଼ାରେ ମାଆ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବାଣିଜ୍ୟ,ପରିବହନ,ଷ୍ଟିଲ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା , ମୁଖ୍ୟ ଅତିଥି, ପୂର୍ବତନ ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡା,ସୋନିଆ ଗୋଲ୍ଡି ଅଗ୍ରୱାଲ, ଅଭିନନ୍ଦନ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ସାହୁ ଙ୍କ ସଭପତିତ୍ବରେ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଖେଳାଳୀ ମାନଙ୍କ ସହିତ କରମର୍ଦନ କରିଥିଲେ। କଲେଜର ସମସ୍ତ ଅଧ୍ୟାପକ/ଅଧ୍ୟାପିକା , ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।ଶେଷରେ ନନ୍ଦିନୀ ମଞ୍ଜରୀ ହୋତା ଧନ୍ୟବାଦ୍ ଅର୍ପଣ କରିଥିଲେ।। ମୋଟ 13 ଗୋଟି ଦଳ ଭାଗ ନେଇଥିଲେ । ବାଳକ ବିଭାଗରେ। ନେସନାଲ କଲେଜ ନୂଆପଡ଼ା ଚାମ୍ପିଅନ ଓ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ରାନର୍ସ୍। ବାଳିକା ବିଭାଗରେ ନେସନାଲ କଲେଜ ନୂଆପଡ଼ା ଚମ୍ପିୟାନ ଓ ଖରିଆର ଏଟନୋମସ କଲେଜ ରନର୍ସ ହୋଇଥିଲେ।। ଚାମ୍ପିଅନ ଓ ରନର୍ସ୍ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ ଉଦ୍ଘାଟନୀ ଉତ୍ସବ ର ମୁଖ୍ୟ ଅତିଥି ଶ୍ରୀ ଜୟ ଢୋଲକିଆ ଓ ବଢେଇ ସାର ଉପସ୍ଥିତ ଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0