।। ନୂଆପଡ଼ା ରେ ବିଶ୍ଵ ରକ୍ତଦାତା ଦିବସ ୨୦୨୫ ପାଳିତ ।।

Jun 15, 2025 - 03:42
 0  11
।। ନୂଆପଡ଼ା ରେ ବିଶ୍ଵ ରକ୍ତଦାତା ଦିବସ ୨୦୨୫ ପାଳିତ ।।

ନୂଆପଡ଼ା ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରକ୍ତଦାତା ଦିବସ ୨୦୨୫ ପାଳିତ ହୋଇଯାଇଛି ।ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ରାଲି ବାହାରି ଏକତା ଛକ ଦେଇ ନ୍ୟାସନାଲ ହାଇସ୍କୁଲ ଠାରେ ପହଞ୍ଚିଥିଲା ।ଜିଲ୍ଲାପାଳ ମଧୁସୂଦନ ଦାସ ନେତୃତ୍ୱ ନେଇଥିବା ଏହି ରାଲି ରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଵେଚ୍ଛାସେବୀ, ଛାତ୍ର ଛାତ୍ରୀ,ନୂଆପଡ଼ା ଷ୍ଟୁଡେଣ୍ଟସ ରକ୍ତ ଦାତା ସଂଘ,ରାଜସ୍ବ ବିଭାଗ, ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀମାନେ ସାମିଲ ଥିଲେ ।ପରେ ନ୍ୟାସନାଲ ହାଇସ୍କୁଲରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ଏହାକୁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଉଦଘାଟନ କରିଥିଲେ।ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ମନୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ସଭା କାର୍ଯ୍ୟରେ ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ରୂପେ ସି ଡି ଓ ଲମ୍ବୋଦର ଧରୁଆ, ଏ ଡି ଏମ ସୁବାଷ ଚନ୍ଦ୍ର ରଇତ, ଭାର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ମନୋଜ କୁମାର ସାହୁ,ଜିଲ୍ଲା ଚିକିତ୍ସାଳୟର ତତ୍ତ୍ୱାବଧାରକ ଡ଼ ଲଲିତ ମୋହନ ବିଶି,ଡି ପି ଏମ ସତ୍ୟନାରାୟଣ ତ୍ରିପାଠୀ,ଜିଲ୍ଲା କୋଷାଗର ଅଧିକାରୀ ମର୍ଦରାଜ ମହାଲିଙ୍ଗ,ନ୍ୟାସନାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋଲାପ ଚନ୍ଦ୍ର ସାହୁ, ଯୋଗଦାନ କରିଥିଲେ ।ଜିଲ୍ଲାପାଳଙ୍କ ସମେତ ସମସ୍ତ ଅତିଥି କର୍ମଶାଳାର ସମସ୍ତ ଯୁବଗୋଷ୍ଠୀ ତଥା ରକ୍ତଦାନ ଶିବିରର ଆୟୋଜକ ଷ୍ଟୁଡେଣ୍ଟସ ମହାସଂଘର କର୍ମ କର୍ତ୍ତା ମାନଙ୍କୁ ଏହି ସାଧୁ ଉଦ୍ୟମ ସବୁବେଳେ ଚାଲୁ ରଖିବାକୁ ଆହ୍ଵାନ ଦେଇଥିଲେ l ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ତୁଳନାରେ ରକ୍ତ ଦାନ ଅତୁଳନୀୟ ବୋଲି ମତ ପ୍ରକାଶ କରି ଉତ୍ସାହିତ କରିଥିଲେ ।ଶିବିରରେ ସି ଆର୍ ପି ଏଫ୍ କମାଣ୍ଡେଣ୍ଟ ଏରିକ୍ ଗିଲବର୍ଟ ଜୋସେଫ ନିଜେ ରକ୍ତଦାନ କରିବା ସହିତ ଅନ୍ୟ ୪ ଜଣ ଯବାନ ମଧ୍ୟ ରକ୍ତଦାନ କରିଥିଲେ ।ସମୁଦାୟ ୫୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବାବେଳେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋର ଚନ୍ଦ୍ର ପଟେଲ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ