ନୂଆପଡ଼ା ରେ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

Jun 7, 2025 - 04:35
 0  5
ନୂଆପଡ଼ା ରେ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ନୂଆପଡ଼ାରେ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମନୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ମୂଖ ଗହ୍ଵର ସ୍ୱାସ୍ଥ୍ୟ ପରୀକ୍ଷଣ ଓ ସଚେତନତା ଶିବିର ଆୟୋଜିତ ହୋଇଯାଇଛି l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏହି ଶିବିରକୁ ଜିଲ୍ଲାପାଳ ମଧୁସୂଦନ ଦାଶ ଉଦ୍ଘାଟନ କରିଥିଲେ l ତମାଖୁର ବିକ୍ରୀବଟା ଓ ସେଗୁଡ଼ିକର ବିଜ୍ଞାପନ ପାଇଁ ପ୍ରଣିତ ନୂତନ କୌଶଳର ପର୍ଦ୍ଦାଫାସ କରିବା, ତମାଖୁ ବର୍ଜନ ପାଇଁ ସଚେତନତା ସୃଷ୍ଟି କରିବା ସହିତ ପୀଡିତ ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ଏହି ଶିବିରର ଉଦ୍ଦେଶ୍ୟ ଥିଲା l ତମାଖୁର ଅଭ୍ୟାସରେ ପଡି ଯାଇଥିବା ଜନ ସାଧାରଣଙ୍କୁ ପରାମର୍ଶ ସହିତ ଔଷଧ ପ୍ରଦାନ କରି ପୁଣି ସୁସ୍ଥ ଜୀବନ ଧାରାକୁ ଫେରାଇ ଆଣିବା ପାଇଁ ଜିଲ୍ଲାପାଳ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କୁ ଆହ୍ଵାନ ଦେଇଥିଲେ l ଏହି ଅବସରରେ ସେ "ତମାଖୁ ଆମ ସ୍ୱାସ୍ଥ୍ୟ ପ୍ରତି ବିପଦଜନକ" ସଚେତନତା ପ୍ରଚାର ପତ୍ର ଉନ୍ମୋଚନ କରିଥିଲେ l ଶିବିରରେ ସି ଡି ଏମ୍ ଓ ଙ୍କ ସହିତ ଡି ପି ଏମ୍ - ସତ୍ୟ ନାରାୟଣ ତ୍ରିପାଠୀ, ଏ ଡି ପି ଏଚ୍ ଓ - କିଶୋର ଚନ୍ଦ୍ର ପଟେଲ ଉପସ୍ଥିତ ଥିଲେ l ବିଭାଗୀୟ କର୍ମଚାରୀ ମମତା ମାଝୀ, କନକ ବର୍ଦ୍ଧନ ସାହୁ, ଶରତ କୁମାର ବେଜୋ, ସୁପ୍ରିତ ପାତ୍ର, ଶରତ କୁମାର ନାୟକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ