ନୂଆପଡାରେ ସୁରକ୍ଷିତ ଇଣ୍ଟରନେଟ ଦିବସ ପାଳିତ

ନୂଆପଡ଼ା : ଆଜି ସୁରକ୍ଷିତ ଇଣ୍ଟରନେଟ ଦିବସ ପାଳନ ଅବସରରେ ନୂଆପଡ଼ା ଜିଲ୍ଲପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ କର୍ମଶାଳା ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲlପାଳ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ କିପରି ବର୍ତ୍ତମାନ ସମୟରେ ଇଣ୍ଟରନେଟ ବ୍ୟବହାର କରିବେ ଏବଂ କଣ କରିବା ନାହିଁ ତା ଉପରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡିଆଇଓ, ଡିଇଜିଏମ, ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଡିଆଇଓ, ଏନଆଇସି, ଇଣ୍ଟର୍ନେଟ୍ ବ୍ୟବହାର କରି ଜନସାଧାରଣ କେମିତି ବିଭିନ୍ନ ଠକାମିର ଶିକାର ହୁଅନ୍ତି, ଇଣ୍ଟରନେଟ ବ୍ଯବହାର ସଠିକ୍ ଭାବରେ କରିବା ଉପରେ ସମସ୍ତଙ୍କୁ ପାୱାର ପଏଣ୍ଟ ମାଧ୍ୟମରେ ବୁଝାଇଥିଲେ । ଏହା ପରେ ଡିଆଇଓ ବିନୟ କୁମାର ତିୱାରୀ ଏବଂ ଡିଇଜିଏମ ବୀରେନ୍ଦ୍ର ସିଂହ ଦଣ୍ଡସେନା ନୂଆପଡ଼ା ସରକାରୀ ପଲିଟେକନିକ୍ , ନୂଆପଡ଼ା ରେ କର୍ମଶାଳା କରିଥିଲେ, ଛାତ୍ର ଛାତ୍ରୀ ଉତ୍ସୁକତାର ସହିତ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଥିଲେ ଏବଂ ଉତ୍ତର ମଧ୍ୟ ଦେଇଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






