।। ନୂଆପଡାରେ ରାଷ୍ଟ୍ରୀୟ ଏକତା ଦିବସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶପଥ ପାଠ ।।

Nov 1, 2024 - 18:50
 0  12
।। ନୂଆପଡାରେ ରାଷ୍ଟ୍ରୀୟ ଏକତା ଦିବସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶପଥ ପାଠ ।।

ନୂଆପଡ଼ା,ତା 31.10.24 ନୂଆପଡାରେ ଭାରତର ପୂର୍ବତନ ଉପ ପ୍ରଧାନ ମନ୍ତ୍ରୀ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୁଣ୍ୟ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସ୍ମୃତିଚାରଣ ସଭାରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ସଭାପତି ଭାବରେ ଯୋଗଦେଇ ନବ ଭାରତ ନିର୍ମାଣରେ ସର୍ଦ୍ଦାର ପଟେଲଙ୍କ ଅବଦାନ ସମ୍ବନ୍ଧରେ ଆଲୋକପାତ କରିଥିଲେ l ଏହି ଅବସରରେରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରି ଏବଂ କର୍ମଚାରୀଙ୍କୁ ସେ ରାଷ୍ଟ୍ରୀୟ ଏକତାର ଶପଥ ପାଠ କରାଇଥିଲେ l ଏହି ସଭାରେ ଡେପୁଟି କଲେକ୍ଟର ଶେଖ୍ ନସିମ, ଡ଼ଃ ସବ୍ୟସାଚୀ ସାହୁ, ଆସିଷ୍ଟାଣ୍ଟ କଲେକ୍ଟର ବିଜୟ ଛତ୍ରିଆ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମାହାର, ଇଓ ଏନ୍ଏସି ନୂଆପଡ଼ା ଚନ୍ଦନ ଶତପଥୀ, ଜିଲ୍ଲାପାଳ ଅଫିସ୍ ସୂପରିଟେଣ୍ଡେଣ୍ଟ ଅମରେଶ ମିଶ୍ର, ନାଜିର ତନ୍ମୟ କୁମାର ଜେନା, ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ କୁ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ