ନୂଆପଡାରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ୨୦୨୫ ପାଳିତ

May 17, 2025 - 22:27
 0  9
ନୂଆପଡାରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ୨୦୨୫ ପାଳିତ

ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳିତ ହୋଇଯାଇଅଛି l ଏହି ଦିବସ ପାଳନ ଅବସରରେ ଉଚ୍ଚ ରକ୍ତଚାପ ଉପରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା l ଏଥିରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମାକାନ୍ତ ମେହେର ଅଧ୍ୟକ୍ଷତା କରିଥିଲେ l ମୁଖ୍ୟବକ୍ତା ଭାବରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ରମେଶ ଚନ୍ଦ୍ର ପାଠକ ଉଚ୍ଚ ରକ୍ତଚାପର କାରଣ ଓ ନିରାକରଣ ଉପରେ ବିଶେଷ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଲଳିତ ମୋହନ ବିଶି ଉଚ୍ଚ ରକ୍ତଚାପ ସମ୍ବନ୍ଧରେ ସ୍ଵାସ୍ଥ୍ୟଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ l ଜିଲ୍ଳା ମହାମାରୀ ବିଶେଷଜ୍ଞ ଡାକ୍ତର ଜଗତବଂଧୁ ମହାପାତ୍ର ବିଶ୍ୱସ୍ତରରେ, ଭାରତବର୍ଷରେ ଓ ଓଡ଼ିଶାରେ ଉଚ୍ଚ ରକ୍ତଚାପ ରୋଗର ପ୍ରାଦୁର୍ଭାବ, ଜୀବନଶୈଳୀ, ଶାରୀରିକ ପରିଶ୍ରମ, ଖାଦ୍ୟପେୟ ଓ ବିଭିନ୍ନ ପ୍ରକାରର ମାନସିକ ଚାପର ସୁପରିଚାଳନା ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ l ପରିବାର କଲ୍ୟାଣ ପରିସଂଖ୍ୟନ ନିରୀକ୍ଷକ ମୀନ କେତନ ମାଝୀ ଉଚ୍ଚ ରକ୍ତଚାପ ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର ପରିସଂଖ୍ୟନ ତଥ୍ୟ ସମସ୍ତଙ୍କୁ ପ୍ରଦାନ କରିଥିଲେ l ପରିଶେଷରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମାକାନ୍ତ ମେହେର ମାନସିକ ସ୍ୱାସ୍ଥ୍ୟ ଓ ଉଚ୍ଚ ରକ୍ତଚାପ ଉପରେ ବିଶେଷ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅଣ ସଂକ୍ରIମକ ରୋଗ ପରିଚାଳକ ଶରତ ଚନ୍ଦ୍ର ନାୟକ, ଅଣ ସଂକ୍ରlମକ ରୋଗ ସହାୟକ ଶରତ କୁମାର ବେଜ, ନର୍ସିଂ ମହାବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀବୃନ୍ଦ, ଛାତ୍ରଛାତ୍ରୀ, ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗର ନର୍ସିଂ ଅଫିସର ଏବଂ ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋର ଚନ୍ଦ୍ର ପଟେଲ ପରିଚାଳନା କରିଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ