ନୂଆପଡାରେ ଜଳସେଚନ ବିଭାଜନ ପକ୍ଷରୁ" ବିଶ୍ୱ ଜଳ ଦିବସ" ପାଳନ

Mar 22, 2025 - 20:33
 0  17
ନୂଆପଡାରେ ଜଳସେଚନ ବିଭାଜନ ପକ୍ଷରୁ" ବିଶ୍ୱ ଜଳ ଦିବସ" ପାଳନ

ନୂଆପଡା, : ଆଜି ନୂଆପଡା ଜିଲ୍ଲାରେ ଜଳସେଚନ ବିଭାଜନ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜଳସେଚନ ବିଭାଗ ଡାକ ବଙ୍ଗଳାରେ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସଞ୍ଜୀବ ଜ୍ଞାନ ଭତ୍ରା ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଅଧିକ୍ଷଣ ଯନ୍ତ୍ରୀ ଉଜ୍ଜ୍ବଳ ଜାନୀ, ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ଜୟପୁରୀୟା ଉପସ୍ଥିତ ଥିଲେ। ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସମସ୍ତଙ୍କୁ ସ୍ବାଗତ କରିବା ସହିତ ଦିବସ ପାଳନର ଉଦ୍ଦେଶ୍ୟ ସମ୍ଵନ୍ଧରେ ଆଲୋକପାତ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜଳ ସମ୍ପଦର ସଂରକ୍ଷଣ, ପରିଚାଳନା ଓ ସୁବିନିଯୋଗ କରିବା ସମ୍ଵନ୍ଧରେ ଜନସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳିତ ହେଉଛି। ଅତିଥିମାନେ ଜଳ ମଣିଷ ସମାଜ ପାଇଁ କେତେ ଆବଶ୍ୟକ ଓ ଆମେ କିଭଳି ଭାବରେ ତାର ସୁରକ୍ଷା କରିବା ସେ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ଜଳ ହିଁ ଜୀବନ। ଏହାର ମିତବ୍ୟୟୀତା ଉପରେ ସମସ୍ତେ ଧ୍ୟାନ ଦେବା। ଆମର ପରବର୍ତ୍ତୀ ପୀଢ଼ି ପାଇଁ ମଧୁର ଜଳ ସଂରକ୍ଷଣ କରି ରଖିବା। ଏଇ ସଚେତନତାର ବାର୍ତାକୁ ଛାତ୍ର ଛାତ୍ରୀ ମାନେ ଘରେ ଘରେ ପହଞ୍ଚାଇବେ। ଆମେ ସମସ୍ତେ ଜଣେ ଜଣେ ଜଳ ମଣିଷ, ଗଛ ମଣିଷ ହେବା। ଏହି ଅବସରରେ ଜଳ ସେଚନ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ଜଳ ଶକ୍ତି କେନ୍ଦ୍ରର ଉଦ୍ଘାଟନ ଜିଲ୍ଲାପାଳ କରିଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ବିଭିନ୍ନ ବିଭାଗର ଅଧିକାରୀ, ଜଳ ସଂପଦ ବିଭାଗ କର୍ମଚାରୀ, ଜିଲ୍ଲାର ବିଭିନ୍ନ ପାଣି ପଞ୍ଚାୟତ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ