ନୂଆପଡାରେ ଆଦିବାସୀ କଲ୍ୟାଣ ସଂଘ ର ଜିଲ୍ଲାପାଳଙ୍କ ସହିତ ବୈଠକ

Feb 18, 2025 - 22:42
 0  14
ନୂଆପଡାରେ ଆଦିବାସୀ କଲ୍ୟାଣ ସଂଘ ର ଜିଲ୍ଲାପାଳଙ୍କ ସହିତ  ବୈଠକ

ନୂଆପଡା : ଆଜି ନୂଆପଡା ଆଦିବାସୀ କଲ୍ୟାଣ ସଂଘ ସେମାନଙ୍କ ସମ୍ପ୍ରଦାୟର ବିଭିନ୍ନ ସମସ୍ୟା ନେ଼ଇ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସହିତ ଏକ ବୈଠକ ରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମ୍ମିଳିତ ହେଇଥିଲେ l ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ବିଗତ ମିଟିଂ ରେ ଉପସ୍ଥାପିତ ବିଭିନ୍ନ ସମସ୍ୟାର କଣ ସମାଧାନ ହୋଇଛି ଗୃହକୁ ଜଣାଇଥିଲେ l ଏହାପରେ ଆଗତ ବିଭିନ୍ନ ବିନ୍ଦୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l ଆଦିବାସୀ ନେତା ଆଦିବାସୀ ନେତା ବଟକୃଷ୍ଣ ପରୁଆ ସେମାନଙ୍କ ସମସ୍ୟା ଉତ୍ଥାପନ କରିଥିଲେ l ସେମାନଙ୍କ ବିଭିନ୍ନ ସମସ୍ୟା ଧୈର୍ଯ୍ୟର ସହିତ ଶୁଣି ଜିଲ୍ଲାପାଳ କହିଲେ, ଆଦିବାସୀ ବିଦ୍ୟାଳୟ ମାନଙ୍କରେ ପ୍ରଶିକ୍ଷିତ ଶିକ୍ଷକ ନିଯୁକ୍ତ ସହିତ ଶିକ୍ଷା ର ଗୁଣାତ୍ମକ ମାନ ବୃଦ୍ଧି କରାଯିବ । ଅନ୍ୱେଷା ଛାତ୍ରାବାସ ମାନଙ୍କରେ ସଠିକ୍ ଖାଦ୍ୟ ପେୟ ବ୍ୟବସ୍ଥା ସହିତ ସମସ୍ତ ସୁବିଧା ଯୋଗାଇ ଦିଆଯିବ l ସେମାନଙ୍କୁ ସେଠାରୁ ସ୍କୁଲ୍ ପର୍ଯ୍ୟନ୍ତ ଯିବା ଆସିବା ପାଇଁ ହେଉଥିବା ଅସୁବିଧା ଦୂର କରାଯିବ l ଆଦିବାସୀ ମାନଙ୍କୁ ସେମାନେ ରହୁଥିବା ଜାଗାରେ ସୁବିଧାରେ ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦିଆଯିବ l ଜିଲ୍ଲାପାଳ କହିଲେଯେ ନୂଆପଡ଼ା ଜିଲ୍ଲାରେ ନିକଟ ଅତୀତରେ 1000 ଏକର ଜମି ର ପଟ୍ଟା ଆଦିବାସୀ ମାନଙ୍କୁ ଯୋଗାଇ ଦିଆ ଯାଇଛି l ନେସନାଲ କଲେଜ, ସାଇନ୍ସ କଲେଜ୍, ନୂଆପଡ଼ା ଏବଂ ମଡେଲ ଡିଗ୍ରୀ କଲେଜ ଖରୀଆର ରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ ନିର୍ମାଣ କରାଯିବ l ମିଥ୍ୟା ଆଦିବାସୀ ପ୍ରମାଣ ପତ୍ର ପ୍ରଦାନ ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଜିଲ୍ଲାରୁ ଦାଦନ ଶ୍ରମିକ ଚାଲାଣ ରୋକିବା ଉପରେ ଜିଲ୍ଲା ପ୍ରଶାସନ ଦୃଢ଼ ପଦକ୍ଷେପ ଗ୍ରହଣ କରିଥିବା ରୁ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l ଜିଲ୍ଲାପାଳ କହିଲେଯେ ବର୍ତ୍ତମାନ ମନରେଗା ଯୋଜନାରେ ଦୈନିକ 54000 ଶ୍ରମିକ କାମ କରୁଛନ୍ତି ଏବଂ ଠିକ୍ ସମୟରେ ମଜୁରୀ ପାଇ ପାରୁଥିବାରୁ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି l ପୂର୍ତ୍ତ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଆଦିବାସୀ ଅଞ୍ଚଳରେ ଉନ୍ନତ ମାନର ରାସ୍ତା ନିର୍ମାଣ କରାଯିବ l ଜମି ହରାଇଥିବା ପରିବାର ଅତିଶିଘ୍ର ସମସ୍ତ କ୍ଷତି ପୂରଣ ପାଇବେ l କୃଷି ତଥା ଜଳସେଚନ କ୍ଷେତ୍ରରେ ଆଦିବାସୀ ମାନେ ସମ୍ମୁଖୀନ ହେଉଥିବା ଅସୁବିଧା ସବୁର ଦୃତ ସମାଧାନ କରାଯିବ l ବେଆଇନ ମଦ ବିକ୍ରୀ ଉପରେ କଠୋର କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ l ଆଜିର ବୈଠକର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡେପୁଟୀ କଲେକ୍ଟର ଶେଖ୍ ନସିମ, ଡଃ ସବ୍ୟସାଚୀ ସାହୁ, ଏ ପି ଡି ଯୋଗେଶ୍ଵର ଭୋଇ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ତହସିଲଦାର ଏବଂ ବିଭିନ୍ନ ଆଦିବାସୀ ନେତା ମାନଙ୍କ ମଧ୍ୟରୁ ହୋମ୍ ସିଂ ମାଝୀ, ଭାନୁ ପ୍ରତାପ ସିଂ, ବାଳ କୃଷ୍ଣ ଶବର୍, ସରୋଜିନୀ ମାଝୀ, ବଟକୃଷ୍ଣ ପରିଡ଼ା, ଇଶ୍ଵର ନାଏକ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ lଜିଲ୍ଲାପାଳ ନୂଆପଡ଼ା ଜିଲ୍ଲାରେ ଯୋଗଦାନ କରିବା ଦିନଠାରୁ ସହୃଦୟତାର ସହିତ ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଉପରେ ଗୁରୁତ୍ବ ଦେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ଗୃହରେ ତାଂକୁ ଆଦିବାସୀ ସମାଜ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l

ନୂଆପଡ଼ାରୁ ବିଶ୍ୱନାଥ ସlମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ