ନୂଆପଡା ରେଳ ଫାଟକରେ ୨୩୮ କୋଟି ବ୍ୟୟରେ ନିର୍ମିତ ହେବ ଓଭର୍ ବ୍ରିଜ୍

May 3, 2025 - 19:55
 0  20
ନୂଆପଡା ରେଳ ଫାଟକରେ ୨୩୮ କୋଟି ବ୍ୟୟରେ  ନିର୍ମିତ ହେବ ଓଭର୍ ବ୍ରିଜ୍

ନୂଆପଡା : ନୂଆପଡା ସହରର ପ୍ରବେଶ ଦ୍ଵାରରେ ଅବସ୍ଥିତ ଥିବା ରେଳ ଫାଟକରେ ଖୁବ୍ ଶିଘ୍ର ନିର୍ମିତ ହେବ ଓଭର୍ ବ୍ରିଜ୍। ସେଥିପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜମି ଅଧିଗ୍ରହଣ ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ନୂଆପଡା ତହସିଲଦାର ପ୍ରଣବ ରଞ୍ଜନ ସାହୁ, ଜିଲ୍ଲା ଉପ ନିବନ୍ଧକ ରାକେଶ କୁମାର ପରିଡ଼ା, ଭୁ ଅର୍ଜନ ଅଧିକାରୀ ହେମନ୍ତ ପୁଟା, ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣଚାନ୍ଦ ହାଁସଦା, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗର୍ଡିଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ୨୩୮ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଓଭର ବ୍ରିଜ ନିର୍ମିତ ହେବ । ଏଥିପାଇଁ ଗୋଡଫୁଲା ଗାଁର ୩.୪୩୪ ଏକର ଏବଂ ପରଶାଗୁଡା ଗାଁ ର ୫.୮୦୫ ଏକର ଜମି ଅଧିଗ୍ରହଣ କରାଯିବ । କ୍ଷତିପୂରଣ ବାବଦରେ ଏଥିପାଇଁ ୧୫,୦୭,୮୬,୦୦୦ ଟଙ୍କା ଜମି ମାଲିକ ମାନଙ୍କୁ ପ୍ରଦାନ କରାଯିବ। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଶିଘ୍ର କାମ ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଛନ୍ତି। ଏହା ଓଭର ବ୍ରିଜ କାମ ସଂପୂର୍ଣ୍ଣ ହେଲେ ନୂଆପଡା ବାସୀଙ୍କୁ ଆଉ ରେଳ ଫାଟକରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିବ ନାହିଁ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ