ନୂଆପଡା ରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

Apr 29, 2025 - 22:28
 0  13
ନୂଆପଡା ରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ନୂଆପଡା : ନୂଆପଡାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇ ଯାଇଛି। ସରକାରୀ ତାଲିମ୍ କେନ୍ଦ୍ର ଖରୀଆର ରୋଡ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୧୫୫ ଜଣ ଚାକିରୀ ଆଶାୟୀ ଯୁବକ ଯୁବତୀ ନାମ ପଞ୍ଜିକୃତ କରିଥିଲେ । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ର, ନୂଆପଡା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ଵରୀ ସାହୁ, ଅଧ୍ୟକ୍ଷା ବିଜ୍ଞାପିତ ଅଞ୍ଚଳ ପରିଷଦ ଖରୀଆର ରୋଡ ଡଃ ସୋନିଆ ଜୈନ୍, ଉପାଧ୍ୟକ୍ଷ ନିଶାନ୍ତ ଡ଼ାଗା, ସଭାପତି ଖରୀଆର ରୋଡ ଚେମ୍ବର୍ର୍ସ ଅଫ୍ କମର୍ସ ସନ୍ଦୀପ ଶର୍ମା, ଅଧ୍ୟକ୍ଷ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ସରୋଜ ଦାଶ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ବିନୋଦ ଲାକ୍ରାଙ୍କ ଉଦ୍ୟମ କ୍ରମେ ଆୟୋଜିତ ଏହି ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ୩୦ରୁ ଉର୍ଦ୍ଧ୍ବ ସରକାରୀ ଓ ବେସରକାରୀ ନିଯୁକ୍ତିଦାତା ସଂସ୍ଥା, ପ୍ରକଳ୍ପ, ଶିଳ୍ପ ତାଲିମପ୍ରତିଷ୍ଠାନ ଯୋଗ ଦେଇଥିଲେ। ଏହି ମେଳାରେ ଜିଲ୍ଲାର ସମସ୍ତ ୫ ଟି ବ୍ଲକ୍ ତଥା ଜିଲ୍ଲା ବାହାର ଚାକିରୀ ଆଶାୟୀ ଯୁବକ ଯୁବତୀ ବିଭିନ୍ନ ଶିକ୍ଷାଗତ ଯୋଗ୍ୟତାରୁ ଅଂଶ ଗ୍ରହଣ କରିଥିଲେ। ସମସ୍ତ ବିଡ଼ିଓ ଓ ଓଡ଼ିଶା ଜୀବିକା ମିଶନ ତରଫରୁ ସେମାନଙ୍କ ଆସିବା ପାଇଁ ମାଗଣା ବସ୍ ସେବା ଯୋଗାଇ ଦିଆଯାଇଥିଲା । ଶିବିର ପରିଚଳନାରେ ଇ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଖରୀଆର ରୋଡ କମଳାସନ ରଥ, ଏଠାର ସମସ୍ତ କର୍ମଚାରୀ, ସରକାରୀ ତାଲିମ୍ କେନ୍ଦ୍ର ଖରୀଆର ରୋଡ ର ସମସ୍ତ କର୍ମଚାରୀ, ନିୟୋଜନ କାର୍ଯ୍ୟାଳୟ ର କର୍ମଚାରୀ ସହଯୋଗ କରିଥିଲେ। ଯୋଗ୍ୟ ପ୍ରାର୍ଥୀ ପ୍ରାର୍ଥୀନୀ ମାନଙ୍କୁ ଅତି ଶିଘ୍ର ନିଯୁକ୍ତି ପ୍ରଦାନ କରାଯିବ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ଜଣାଇଛନ୍ତି ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ