ନୂଆପଡା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ୨୬୦ ଟି ଗ୍ରାମରେ ଆରମ୍ଭ ହେବ ଆଦି କର୍ମଯୋଗୀ ଅଭିଯାନ

ନୂଆପଡା : ଆଦିବାସୀ ମାନଙ୍କ ସର୍ବବିଧ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ବହୁ ଆକାଂକ୍ଷିତ "ଆଦି କର୍ମଯୋଗୀ ଅଭିଯାନ" ନୂଆପଡା ଜିଲ୍ଲାରେ ଅତିଶିଘ୍ର ଆରମ୍ଭ ହେବାକୁ ଯାଉଛି l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏଥିପାଇଁ ଏକ ଦିଶା ନିର୍ଦ୍ଦେଶ ବୈଠକ ଅନୁଷ୍ଠିତ ହେଇଥିଲା l ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ୍, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମୀ ସୋରେନ୍ , ସମସ୍ତ ବିଡ଼ିଓ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ l ଆଦି କର୍ମଯୋଗୀ ଅଭିଯାନ ହେଉଛି ଏକ ବିକେନ୍ଦ୍ରୀକୃତ ଆଦିବାସୀ ନେତୃତ୍ୱ ଏବଂ ଶାସନ ପରିସଂସ୍ଥା ଗଠନ ପାଇଁ ଏକ ଜାତୀୟ ଆନ୍ଦୋଳନ। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏହା ପରିଚାଳିତ l ଏହା କ୍ଷମତା ନିର୍ମାଣ, ବିକେନ୍ଦ୍ରୀ କରଣ ଏବଂ ସମ୍ପ୍ରଦାୟ ଅଂଶଗ୍ରହଣ ମାଧ୍ୟମରେ ଦେଶର 550 ଆଦିବାସୀ ବହୁଳ ଜିଲ୍ଲାର 1 ଲକ୍ଷ ଗ୍ରାମରେ 20 ଲକ୍ଷ ଆଦିବାସୀ ପରିବର୍ତ୍ତନକାରୀଙ୍କୁ ସଶକ୍ତ କରିବା ପାଇଁ ଅଭିପ୍ରେତ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଯୋଜନାରେ ଏହା ସେବା, ସମର୍ପଣ ଏବଂ ସଂକଳ୍ପ ଦ୍ୱାରା ଆଦିବାସୀ ମାନଙ୍କୁ ସଶକ୍ତ କରିବ l ଆଦି କର୍ମଯୋଗୀ ପୋର୍ଟାଲ୍ ଏହି ମିଶନର ଡିଜିଟାଲ ମେରୁଦଣ୍ଡ ଭାବରେ କାର୍ଯ୍ୟ କରି ପଞ୍ଜୀକରଣ, ତାଲିମ, ତଦାରଖ ମାଧ୍ୟମରେ ପ୍ରାଥମିକ ସ୍ତରରେ ପରିବର୍ତ୍ତନକୁ ସକ୍ଷମ କରିବ l ନେତୃତ୍ୱର ତିନୋଟି ସ୍ତମ୍ଭ "ଆଦି କର୍ମଯୋଗୀ, ଆଦି ସହଯୋଗୀ, ଏବଂ ଆଦି ସାଥୀ" ମାନଙ୍କଦ୍ୱାରା ଏହା କାର୍ଯ୍ୟକାରୀ ହେବ l ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦେଶର 20 ଲକ୍ଷ ଆଦିବାସୀ ନେତାଙ୍କୁ ତାଲିମ ଏବଂ ସଂଗଠିତ କରିବା l ଏହାଦ୍ବାରା 1 ଲକ୍ଷ ଆଦି ସେବା କେନ୍ଦ୍ର ସ୍ଥାପନ କରାଯିବ l ଏହା ଶେଷ ସ୍ତର ପର୍ଯ୍ୟନ୍ତ ଅଭିସରଣ ଏବଂ ପ୍ରଭାବଶାଳୀ ସେବା ପ୍ରଦାନକୁ ପ୍ରୋତ୍ସାହିତ କରିବ l ଆଦିବାସୀ ସମ୍ପ୍ରଦାୟର ସ୍ୱରକୁ ଗୁରୁତ୍ବ ଦେଇ ଅଭିବୃଦ୍ଧି କରିବ l ପ୍ରତ୍ୟେକ ଗ୍ରାମରେ ଆଦି ସେବା କେନ୍ଦ୍ର ଖୋଲି ଘର ନିକଟରେ ସବୁ ସରକାରୀ ସେବା ଯୋଗାଇ ଦିଆଯିବ l ନୂଆପଡା ଜିଲ୍ଲାର ୯୧ ଟି ଗ୍ରାମ ପଂଚାୟତର ୨୬୦ ଟି ଗ୍ରାମର ୬୫୧୯୧ ଟି ଆଦିବାସୀ ଗୃହରେ ଏହି ଅଭିଯାନର ଲାଭ ପହଞ୍ଚାଇ ଦିଆଯିବ l ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ସମସ୍ତ ସରକାରୀ ଅଧିକାରୀ ନିଜର ସମର୍ପଣ ଭାବ ଦ୍ୱାରା ସମାଜର ତଳ ସ୍ତରରେ ରହିଯାଇଥିବା ଆଦିବାସୀ ମାନଙ୍କ ଅସ୍ଥା ଭାଜନ ହୁଅନ୍ତୁ l ସେମାନେ ଘର ଘର ବୁଲି ଆଦିବାସୀ ମାନଙ୍କୁ ଆବାସ ଗୃହ, ପାନୀୟ ଜଳ ଯୋଗାଣ, ଉଜ୍ଜ୍ୱଳା ଯୋଜନା , ଶିକ୍ଷା, ସ୍ବାସ୍ଥ୍ୟ, ଖାଉଟି, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁପାଳନ, ବିଦ୍ୟୁତ୍ ଯୋଗାଣ, ସୂର୍ଯ୍ୟଘର ଯୋଜନା ଇତ୍ୟାଦି ର ସେବା ଯୋଗାଇ ଦିଅନ୍ତୁ l ସବୁ ଆଦିବାସୀ ଗାଁ ପ୍ରବାସୀ ଶ୍ରମିକ ମୁକ୍ତ ହେବ l ଏହି ଅଭିଯାନରେ ଆମେ ନୂଆପଡା ଜିଲ୍ଲାର ସବୁ ଆଦିବାସୀ ଗ୍ରାମକୁ ଆଦର୍ଶ ଗ୍ରାମ ହିସାବରେ ଗଢ଼ି ତୋଳିବା l ଶେଷରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ କର୍ମଯୋଗୀ ମାନଙ୍କୁ କର୍ତ୍ତବ୍ୟ ର ଶପଠ ପାଠ କରାଇଥିଲେ l
ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?






