ନୂଆପଡା ଜ଼ିଲ୍ଲାରେ "ଇନଭେଷ୍ଟମେଣ୍ଟ ମିଟ୍‌" ଆୟୋଜନ ସମ୍ପର୍କୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଜିଲ୍ଲା ସ୍ତରୀୟ ସିଙ୍ଗଲ୍ ଉଇଣ୍ଡୋ କ୍ଲିୟରାନ୍ସ୍ ଅଥରିଟି ବୈଠକରେ ଗୃହୀତ

May 4, 2025 - 21:29
 0  17
ନୂଆପଡା ଜ଼ିଲ୍ଲାରେ "ଇନଭେଷ୍ଟମେଣ୍ଟ ମିଟ୍‌" ଆୟୋଜନ ସମ୍ପର୍କୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଜିଲ୍ଲା ସ୍ତରୀୟ ସିଙ୍ଗଲ୍ ଉଇଣ୍ଡୋ କ୍ଲିୟରାନ୍ସ୍ ଅଥରିଟି ବୈଠକରେ ଗୃହୀତ

ନୂଆପଡା : ଜ଼ିଲ୍ଲାପାଳ ନୂଆପଡା ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସିଙ୍ଗଲ୍ ଉଇଣ୍ଡୋ କ୍ଲିୟରାନ୍ସ୍ ଅଥରିଟି ବୈଠକ ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଏମ. ଏସ. ଏମ. ଇ. ପାର୍କ, ତରବୋଡ଼, କୋମନାର ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା ହେବା ସହିତ ଭେରା ଗ୍ରାମରେ 2.3 କୋଟି ଟଙ୍କା ନିବେଶରେ ସ୍ଥାପିତ ଜୟ ଶ୍ରୀ କୃଷ୍ଣ ଫାର୍ମ (ଫ୍ଲାଇଆଶ୍‌ ଇଟା କାରଖାନା) ର ପ୍ରକଳ୍ପ ମଂଜୁର କରାଗଲା ପୁନଶ୍ଚ ଜିଲ୍ଲାରେ ନୂତନ ପୁଞ୍ଜି ନିବେଶକୁ ଆକର୍ଷଣ କରିବା ପାଇଁ ଜ଼ିଲ୍ଲାପାଳ ଏକ ଦୂରଦର୍ଶୀ ନିଷ୍ପତ୍ତି ନେବା ସ୍ୱରୂପ ଇନଭେଷ୍ଟର୍‌ ମିଟ୍‌ ଆୟୋଜନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହି ବାବଦରେ ସେ ସାଧାରଣ ପରିଚାଳକ, ଜ଼ିଲ୍ଲା ଶିଳ୍ପକେନ୍ଦ୍ର, ନୂଆପଡାଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଆଦେଶ ଦେଇଛନ୍ତି । ଉକ୍ତ ବୈଠକରେ ଉପ ଜ଼ିଲ୍ଲାପାଳ, ନୂଆପଡା, ଡିଭିଜନାଲ ମୁଖ୍ୟ, ଇଡ୍କୋ, ବଲାଙ୍ଗୀର, ଆଞ୍ଚଳିକ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବଲାଙ୍ଗୀର, ଅଧିକ୍ଷଣ ଯନ୍ତ୍ରୀ, ଜଳ ସେଚନ ବିଭାଗ ନୂଆପଡା, ଉପଖଣ୍ଡ ଅଧିକାରୀ, ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର, ସାଧାରଣ ପରିଚାଳକ ଜ଼ିଲ୍ଲା ଶିଳ୍ପକେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ | ଜିଲ୍ଲାରେ ନୂତନ ଶିଳ୍ପ ଉଦ୍ୟୋଗ ସୃଷ୍ଟି କରିବା ସହିତ ସ୍ଥାନୀୟ ଜନସାଧାରଣଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ନିମିତ୍ତ ବ୍ୟାପକ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ସଂପୃକ୍ତ ସମସ୍ତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଛନ୍ତି।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ