ନୂଆପଡା ଗସ୍ତରେ ଆସି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର କଲେ ସମୀକ୍ଷା

Nov 7, 2024 - 04:14
 0  24
ନୂଆପଡା ଗସ୍ତରେ ଆସି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର କଲେ ସମୀକ୍ଷା

ନୂଆପଡା : ଆଜି 6/11/24 ଅପରାହ୍ନରେ ସମ୍ମlନିୟା କେନ୍ଦ୍ର ମହିଳା ଶିଶୁ ବିକାଶ ମନ୍ତୀ ଶ୍ରୀମତୀ ସାବିତ୍ରୀ ଠାକୁର ଦୁଇ ଦିନିଆ ନୂଆପଡା ଜ଼ିଲ୍ଲା ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସରେ ଅବସ୍ଥାନ କରିଛନ୍ତି l ଏହି ଅବସରରେ ସେ ଜ଼ିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ l ଜ଼ିଲ୍ଲାପାଳ ମଧୁସୂଦନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଜ଼ିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବଧର ଧାରୁଆ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସl ଅଧିକାରୀ ଡ. ଧରଣୀ ଧର ସେନାପତିଙ୍କ ସମେତ ସମସ୍ଥ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ବିଭିନ୍ନ ବିଭାଗର ଯନ୍ତ୍ରୀ ଲାଇନ ବିଭାଗର ଅଧିକାରୀଗଣ ଯୋଗ ଦେଇଥିଲେ l ମାନନୀୟl ମନ୍ତ୍ରୀ ମୋହଦୟା ମହିଳା ଓ ଶିଶୁ ବିକାଶର କାର୍ଯ୍ୟ କିଭଳି ଭାବରେ ଜ଼ିଲ୍ଲାରେ ଚାଲିଛି ଏବଂ ଏହାର କେତେ ସଫଳତା ପାଇଛି ଏହା ପଚାରି ବୁଝିଥିଲେ l ଏହାପରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଯୋଗାଣ, କୃଷି ଉଦ୍ୟାନ ବିଭାଗର କିଭଳି ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ସବୁ କାର୍ଯ୍ୟକାରୀ ହେଉଛି ତାହା ବୁଝିଥିଲେ l ମନ୍ତ୍ରୀ ବିଶେଷ କରି ମହିଳା ଓ ଶିଶୁ ମାନଙ୍କର ବିକାଶ ସେମାନଙ୍କ ମୃତ୍ୟୁ ହାର ରୋକିବା, ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ଯୋଜନା, ମୃତିକା ପରୀକ୍ଷା, ଘରେ ଘରେ ଜଳ ଯୋଗାଣ ପିଇବା ପାଣି ଯୋଗାଣ ବିଷୟରେ ବୁଝିଥିଲେ l ଜ଼ିଲ୍ଲାପାଙ୍କ କହିବାନୁଯାଇ ନୂଆପଡା ଜ଼ିଲ୍ଲା କେନ୍ଦ୍ର ସରକାରଙ୍କ ସ୍ପିରେସନଲ ଜ଼ିଲ୍ଲାରେ ଆସୁଛି ଏବଂ ଆମ ଜ଼ିଲ୍ଲା ଏହାର ଭିଭିନ୍ନ ବିଭାଗରେ ଶୀର୍ଷ ସ୍ଥାନ ଅଧିକାର କରି ପାରିଛି ବୋଲି କହିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ