ନୂଆପଡ଼ାରେ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ ଅନୁଷ୍ଠିତ

Jan 2, 2025 - 18:45
 0  13
ନୂଆପଡ଼ାରେ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ ଅନୁଷ୍ଠିତ

ନୂଆପଡ଼ା, ତା 02.01.25 ନୂଆପଡ଼ା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ବରେଣ୍ୟ ଅତିଥି ଭାବରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ, ସାଂସଦ ପ୍ରତିନିଧି ଯଦୁମଣି ପାଣିଗ୍ରାହୀ, ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖଡ଼ିଆଳ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, କୋମନା ବ୍ଲକ୍ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ଖଡିଆଳ ଏନ୍ ଏ ସି ଅଧ୍ୟକ୍ଷ ଉଜ୍ଜ୍ବଳ ଗୁପ୍ତା ,ନୂଆପଡ଼ା ବ୍ଲକ୍ ଉପାଧ୍ୟକ୍ଷ ଦିଲ୍ଲୀପ ନିର୍ମଲ୍ କର, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଲବ ସୋରେନ ଏଵଂ ସଭାର ଆବାହକ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଲୋଅର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ସଞ୍ଜିବ କୁମାର ଭତ୍ରା ଉପସ୍ଥିତ ଥିଲେ l ଚଳିତ ବର୍ଷ ସମଗ୍ର ରାଜ୍ୟରେ କୃଷି ଓଡ଼ିଶା ସହିତ ପାଣି ପଞ୍ଚାୟତ ପକ୍ଷ ସଂଯୁକ୍ତ ଭାବରେ ପାଳନ କରା ଯାଉଛି l ସଭା କୁ ସଂଵୋଧନ କରି ଅତିଥି ମାନେ କହିଲେଯେ କୃଷକ ସମାଜକୁ ବିକଶିତ ଏଵଂ ସ୍ଵୟଂ ସମ୍ପୂର୍ଣ କରିବା ଏହି ଉତ୍ସବ ପାଳନର ମୂଳ ଲକ୍ଷ୍ୟ l ପାଣି ପଞ୍ଚାୟତ ମାଧ୍ୟମରେ ଜଳ ଉତ୍ସ ଗୁଡ଼ିକର ବ୍ୟବହାରରେ ଚାଷୀ, ମହିଳା ଚାଷୀ, ମତ୍ସ୍ୟଜୀବୀ ତଥା ଉପଭୋକ୍ତା ମାନଙ୍କୁ ଜଳ ସମ୍ପଦ ର ବ୍ଯବହାର ଓ ଏହାର ସମ୍ପୃକ୍ତି ରେ ସୁଯୋଗ ମିଳି ପାରୁଛି l ଜିଲ୍ଲାରେ ଥିବା ଜଳ ସେଚନ ପ୍ରକଳ୍ପ ତଥା ଜଳ ଉତ୍ସ ଗୁଡ଼ିକର ସୁପରିଚାଳନା ହେଲେ କୃଷି କ୍ଷେତ୍ରରେ ଜିଲ୍ଲା ଆହୁରି ଉନ୍ନତି କରି ପାରିବ l ଚାଷୀ ମାନେ ଏବେ ଅର୍ଥକାରୀ ଅଣଧାନ ଫସଲ ଚାଷ ଉପରେ ଗୁରୁତ୍ବ ଦେବା ଆବଶ୍ୟକ lଏହି ଅବସରରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଚାଷୀ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ସଦସ୍ୟା ମାନଙ୍କୁ ପାଣି ପଞ୍ଚାୟତ ଯୋଜନାକୁ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ କରିବା ପାଇଁ ଶପଥ ପାଠ କରାଇଥିଲେ l ସେ କହିଲେ ଚାଷୀ ହସିଲେ ଦେଶ ହସିବ l କୃଷକ ମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ପ୍ରଶାସନ ସବୁବେଳେ ପ୍ରସ୍ତୁତ ଅଛି l କୃଷକ ମାନଙ୍କ ସର୍ବାଙ୍ଗିନ ଉନ୍ନତି ପାଇଁ ରାଜନୈତିକ ନେତୃତ୍ୱ, ପ୍ରଶାସନ ଓ କୃଷକ ସମାଜ ମଧ୍ୟରେ ଉତ୍ତମ ଯୋଗାଯୋଗ ରକ୍ଷା କରା ଯିବାର ଆବଶ୍ୟକତା ଅଛି l ଏହି ଉତ୍ସବ ରେ ପ୍ରାଣୀ ସମ୍ପଦ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ, ଓର୍ ମାସ୍, ଜିଲ୍ଲା ସମାଜ କଲ୍ୟାଣ ବିଭାଗ, କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ, ମତ୍ସ୍ୟ ବିଭାଗ, ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ୍ ଖୋଲା ଯାଇଥିଲା l ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ l ଏହି ଉତ୍ସବରେ ଜିଲ୍ଲା ର ସମସ୍ତ ବ୍ଲକ୍ ରୁ କୃଷକ ପ୍ରତିନିଧି,ପାଣି ପଞ୍ଚାୟତ ସଦସ୍ୟ ସଦସ୍ୟା, ମିଶନ ଶକ୍ତି ସଦସ୍ୟା ତଥା ଚାଷୀ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ l ବିଭିନ୍ନ ଲୋକ ପ୍ରତିନିଧି, ଲାଇନ୍ ବିଭାଗ ଅଧିକାରୀ ଏବଂ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ