ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

May 23, 2025 - 21:12
 0  20
ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି  ବୈଠକ ଅନୁଷ୍ଠିତ

ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ l ନୂଆପଡ଼ା, ତା 23.05.25 ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଳା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦ୍ଵାରା ଆହୂତ ଏହି ବୈଠକରେ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାର ଉଚିତ ମୁକାବିଲା ପାଇଁ ବିଭିନ୍ନ ବିଭାଗୀୟ ପ୍ରସ୍ତୁତି ଓ କାର୍ଯ୍ୟକାରିତା ଉପରେ ସବୁ ଦିଗରୁ ଆଲୋଚନା ହୋଇଥିଲା l ସମ୍ଭାବ୍ଯ ବନ୍ୟା ପୂର୍ବରୁ,ବନ୍ୟା ସମୟରେ ଓ ବନ୍ୟା ପରବର୍ତ୍ତୀ ପଦକ୍ଷେପ ଉପରେ ବିଭାଗୀୟ କାର୍ଯ୍ୟକ୍ରମର ବିସ୍ତୃତ ତଥ୍ୟ ବିଭିନ୍ନ ବିଭାଗ ଦ୍ଵାରା ଉପସ୍ଥାପନା କରାଯାଇଥିଲା l ବୈଠକକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ପ୍ରାକୃତିକ ବିପର୍ଯ୍ୟୟ କେବେ କହିକି ଆସି ନଥାଏ l ଆମକୁ ଏଥିପାଇଁ ଉଚିତ ପ୍ରାକ୍ ପ୍ରସ୍ତୁତି କରିବାକୁ ପଡିବ l ବିଭାଗ ମାନଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଗୁଡିକର ପ୍ରତ୍ୟେକଟି ବିନ୍ଦୁ ଉପରେ ବିଷଦ ଭାବରେ ଆଲୋଚନା କରି ସମ୍ଭାବ୍ୟ ବନ୍ୟାର ସଠିକ ଓ ସଫଳ ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ରହିବାକୁ ସେ ନିର୍ଦେଶ ଦେଇଥିଲେ। ସମୟ ପୂର୍ବରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ, ଓୌଷଧ, ଖାଦ୍ୟ, ପଶୁ ଖାଦ୍ୟ ଇତ୍ୟାଦି ମହଜୁଦ ରଖିବା ପାଇଁ ପରାମର୍ଶ ଦେଇଥିଲେ l ଜିଲ୍ଲାର ସମସ୍ତ ନାଳ ନର୍ଦ୍ଦମା ତୁରନ୍ତ ସଫା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ lବନ୍ୟା ସମ୍ୱନ୍ଧୀୟ ଯେକୌଣସି ପୂର୍ବ ସୂଚନାର ବ୍ୟାପକ ଜନ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ I ବୈଠକରେ କାର୍ଯ୍ୟର ବ୍ୟବସ୍ଥିତ ପରିଚାଳନା ନିମନ୍ତେ ଜିଲ୍ଲା ତଥା ବ୍ଲକ, ତହସିଲ ଏବଂ ଏନ୍ ଏ ସି ସ୍ତର କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ କାର୍ଯ୍ୟକ୍ଷମକୁ ସୁନିଶ୍ଚିତ କରିବାକୁ ଅଧିକାରୀ ତଥା ବିଡ଼ିଓ ମାନଙ୍କୁ ବୈଠକରେ ନିର୍ଦେଶ ପ୍ରଦାନ କରାଗଲା l ସମ୍ପୃକ୍ତ ବିଭିନ୍ନ ବିଭାଗ ଜୁନ 10 ତାରିଖ ସୁଦ୍ଧା ନିଜ ନିଜ ସ୍ତରରେ ଆବଶ୍ୟକ ପ୍ରାକ ପ୍ରସ୍ତୁତି ସୁନିଶ୍ଚିତ କରିବେ l ତୃଣମୂଳ ସ୍ତରରେ ସମସ୍ତ ପି ଆର ଆଇ ସଦସ୍ୟ ସଦସ୍ୟା, ସ୍ବେଛାସେବୀ ଅନୁଷ୍ଠାନ, ସିଭିଲ ସୋସାଇଟି ସଦସ୍ୟ ପ୍ରଭୁତିଙ୍କୁ ସାମିଲ କରିବା ସହ ଆବଶ୍ୟକ ଯୋଗାଯୋଗ ପୂର୍ବକ କାର୍ଯ୍ୟ କରିବାକୁ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡ଼ଲି ମାଝୀ ପରାମର୍ଶ ଦେଇଥିଲେ l ଅନୁଷ୍ଠିତ ବୈଠକରେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ର ରେଡ୍ଡୀ , ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର , ସୁବାଷ ଚନ୍ଦ୍ର ରଇତ, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ , ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଲୋକସଭା ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ଜିଲ୍ଳା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ, ବିଭିନ୍ନ ବ୍ଲକ ଅଧ୍ୟକ୍ଷା ପ୍ରମୁଖ ଯୋଗଦାନ କରି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ସମୁଚିତ ମୁକାବିଲା ନିମନ୍ତେ ନିଜ ନିଜ ମତବ୍ୟକ୍ତ କରିଥିଲେ l ବୈଠକର କାର୍ଯ୍ୟ ଖସଡ଼ା ଡେପୁଟି କଲେକ୍ଟର ଶେଖ୍ ନସିମ ଉପସ୍ଥାପନ କରିଥିଲେ l ବୈଠକରେ ସମସ୍ତ ଜିଲ୍ଲାସ୍ତhରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ , ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ, ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ଧନ୍ଯବାଦ ଅର୍ପଣ କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ