ନୂଆପଡ଼ା ରେ ୨୦୨୫ ପାଇଁ ଅନ୍ତିମ ଭୋଟର୍ ତାଲିକା ପ୍ରକାଶିତ

Jan 6, 2025 - 21:27
 0  8
ନୂଆପଡ଼ା ରେ ୨୦୨୫ ପାଇଁ ଅନ୍ତିମ ଭୋଟର୍ ତାଲିକା ପ୍ରକାଶିତ

ନୂଆପଡ଼ା, ତା ୦୬.୦୧.୨୫ ନୂଆପଡ଼ା ଜିଲ୍ଲାରେ ସ୍ଵତନ୍ତ୍ର ସଂଶୋଧନ ପରେ ୨୦୨୫ ପାଇଁ ଅନ୍ତିମ ଭୋଟର୍ ତାଲିକା ଆଜି ୦୬ ଜାନୁୟାରୀ ରେ ପ୍ରକାଶିତ ହୋଇଛି l ଏଥିପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ମଧୁସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ (ରେଭେନ୍ୟୁ)ଭୀମସେନ ଶବର, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ବିଭାଗ, ସୁବାଷ ଚନ୍ଦ୍ର ରଇତ, ଏ ଆର୍ ଓ ତଥା ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡେପୁଟି କଲେକ୍ଟର, ନିର୍ବାଚନ ଶାଖା ଶେଖ୍ ନସିମ ଯୋଗ ଦେଇଥିଲେ l ରାଜନୈତିକ ଦଳର ପ୍ରତିନିଧି ହିସାବରେ ଭାରତୀୟ ଜନତା ଦଳରୁ କମଳେଶ ଦୀକ୍ଷିତ, ବିଜୁ ଜନତା ଦଳରୁ ରାମଲାଲ ହଂସ, କଂଗ୍ରେସ ଦଳରୁ ଦେବଦତ୍ତ ଦୀକ୍ଷିତ, ଆପ୍ ଦଳରୁ ଲକ୍ଷ୍ମୀକାନ୍ତ ତାଣ୍ଡି, ବହୁଜନ ସମାଜ ପାର୍ଟିରୁ କୁନ୍ତୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ସୂଚନା ଯୋଗ୍ୟ ଯେ ସଂକ୍ଷିପ୍ତ ସଂଶୋଧନ ପରେ 71ନ ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ 302 ଟି ବୁଥ୍ ଅଛି l ଏଥିରେ ପୁରୁଷ ଭୋଟର୍ 121672 , ମହିଳା ଭୋଟର୍ 125482, ତୃତୀୟ ଲିଂଗି ଭୋଟର୍ 21 ଏହିପରି ସମୁଦାୟ 247175 ଜଣ ଭୋଟର ଅଛନ୍ତି l ସେହିପରି 72ନ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ମଧ୍ଯ 302 ଟି ବୁଥ୍ ଅଛି lଏଥିରେ ପୁରୁଷ ଭୋଟର୍ 128352 , ମହିଳା ଭୋଟର୍ 128186, ତୃତୀୟ ଲିଂଗି ଭୋଟର୍ 17 ଏହିପରି ସମୁଦାୟ 256555 ଜଣ ଭୋଟର ଅଛନ୍ତି l ସମଗ୍ର ଜିଲ୍ଲାରେ ଏଥର ପୁରୁଷ ଭୋଟର୍ 250024 , ମହିଳା ଭୋଟର୍ 253668, ତୃତୀୟ ଲିଂଗି ଭୋଟର୍ 38 ଏହିପରି ସମୁଦାୟ 503730 ଜଣ ଭୋଟର ଅଛନ୍ତି l ଜିଲ୍ଲାରେ ଦିବ୍ୟାଙ୍ଗ ଭୋଟର୍ 8712, ବରିଷ୍ଠ ନାଗରିକ ଭୋଟର୍ 4261 ଏଵଂ ଯୁବ ଭୋଟର୍ ସଂଖ୍ୟା 10777 ଅଟେ l ଏବେ ମଧ୍ଯ ଯୁବ ଭୋଟର୍ ମାନେ ଅନ ଲାଇନ ରେ ଭୋଟର୍ ହିସାବରେ ନିଜ ନାମ ପଞ୍ଜିକରଣ କରି ପାରିବେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ