ନୂଆପଡ଼ା ଡାଇଟ ରେ ଜିଲ୍ଲା ସ୍ତରୀୟ ପୋଷ୍ଟର ଓ ସୃଜନାତ୍ମକ ଲିଖନ ପ୍ରତିଯୋଗୀତା

Jan 16, 2025 - 20:27
 0  11
ନୂଆପଡ଼ା ଡାଇଟ ରେ ଜିଲ୍ଲା ସ୍ତରୀୟ ପୋଷ୍ଟର ଓ ସୃଜନାତ୍ମକ ଲିଖନ ପ୍ରତିଯୋଗୀତା

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୂଆପଡାରେ ଅନୁଷ୍ଠାନର ଅଧ୍ୟକ୍ଷ ନରୋତ୍ତମ ଭୋଇଙ୍କ ମାର୍ଗ ଦର୍ଶନରେ ଜିଲ୍ଲା ସ୍ତରୀୟ ପୋଷ୍ଟର ପ୍ରତିଯୋଗିତା ଓ ସ୍ରୁଜନାତ୍ମକ ଲିଖନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପୋଷ୍ଟର ପ୍ରତିଯୋଗୀତାରେ କବିତା ସିହ୍ନ୍ନା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖରୀଆର ରୋଡ଼ ପ୍ରଥମ ସ୍ଥାନ, ସଞ୍ଜୟ ଅଘରିଆ ସରକାରୀ ଉଚ୍ଚ ବିଦ୍ୟାଳୟ କଲ୍ୟାଣପୂର୍ ଦ୍ଵିତୀୟ ସ୍ଥାନ , ରାଜ୍ ସାହୁ ସରକାରୀ ଉଚ୍ଚ ବିଦ୍ୟାଳୟ ଡୁମେରପାନି ତୃତୀୟ ସ୍ଥାନ ଅଧିକାର କରିଥିଲେ। ସ୍ରୁଜନାତ୍ମକ ଲିଖନ ପ୍ରତିଯୋଗୀତାରେ ଚଞ୍ଚଳ ସାହୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖରୀଆରରୋଡ଼ ପ୍ରଥମ ସ୍ଥାନ ଓ ନନ୍ଦିନୀ ପ୍ରଧାନ ଦ୍ଵିତୀୟ ସ୍ଥାନ ଏବଂ ସଞ୍ଜନା ରାନୀ ଦଣ୍ଡସେନା ନେସନାଲ ଉଚ୍ଚ ବିଦ୍ୟାଳୟ ନୂଆପଡ଼ା ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଚାରକ ଭାବରେ ଅନୁଷ୍ଠାନର ଅଧ୍ୟକ୍ଷ ନରୋତ୍ତମ ଭୋଇ, ଶିକ୍ଷକ ପ୍ରଶିକ୍ଷକ ଶଙ୍କର ସାହୁ, ବିକ୍ରମାଦିତ୍ୟ ସିଂହ ବରିହା, ରୀନା ବାଗ, ବବିତା ଶବର, ଓ ଆଦର୍ଶ ବିଦ୍ୟାଳୟ ଝଗ୍ରାହିର କଳା ଶିକ୍ଷୟୀତ୍ରୀ ଐଶର୍ଯ୍ୟା ସାହୁ ଦାୟିତ୍ଵ ସମ୍ପାଦନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଅଧ୍ୟକ୍ଷ ନରୋତ୍ତମ ଭୋଇ,ସମ୍ମାନିତ ଅତିଥି ଭାବରେ ବୋଡ଼େନ ଏବିଇଓ ଅମୂଲ୍ୟ ଦାସ ଓ କୋମନା ଏବିଇଓ ରାଧେଶ୍ୟାମ ତାଣ୍ଡି , ନୂଆପଡ଼ା ଏବିଇଓ ଉତ୍କଳମଣି ଅଗସ୍ତି, ସଦର ସିଆରସିସି ଜୀତେନ୍ଦ୍ର ଖମାରୀ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନୁଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ଟିକେଶ୍ୱର୍ ପାର୍ଣା ଓ ଅନିତା ଶବର ବିଶେଷ ସହଯୋଗ କରିଥିଲେ। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ