ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁ ମିଳନ ଅନୁଷ୍ଠିତ ଏବଂ ସାମ୍ବାଦିକଙ୍କୁ ହତ୍ୟା ଓ ଆକ୍ରମଣ କୁ ତୀବ୍ର ସମାଲୋଚନା

Jan 11, 2025 - 22:05
 0  14
ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁ ମିଳନ ଅନୁଷ୍ଠିତ ଏବଂ ସାମ୍ବାଦିକଙ୍କୁ ହତ୍ୟା ଓ ଆକ୍ରମଣ କୁ  ତୀବ୍ର ସମାଲୋଚନା

ନୂଆପଡା - ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ, ତିଖାଳି ସ୍ଥିତ ଡାକ ବଙ୍ଗଳା ଠାରେ ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘ ( ଏନ.ଜେଡ.ଏସ.ଏସ.) ର ସାଧାରଣ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଆୟୋଜିତ ବୈଠକ ରେ ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଆହ୍ଲାଦୀନି ବେହେରା ଓ ସମାଜସେବୀ କ୍ଷିରୋଦଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସମାଜ ପାଇଁ ସାମ୍ବାଦିକ ଙ୍କ ଉସର୍ଗିତା ସମସ୍ତ ଙ୍କ ଠାରୁ ଉର୍ଦ୍ଧ ରେ ବୋଲି କହିଥିଲେ । ଏହି ବୈଠକ ରେ ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ସୁରେଶ ଆଚରି ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଦେବାନନ୍ଦ ତାଣ୍ଡି ବାର୍ଷିକ କାର୍ଯ୍ୟକ୍ରମ ସହ ସଂଘ ର ଆଗାମୀ କାର୍ଯ୍ୟ ଖସଡ଼ା ଉପରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘ ଆହୁରି ମଜବୁତ ହୋଇ ଲୋକଙ୍କ ସେବାରେ ପ୍ରାଣପଣେ ନିୟୋଜିତ ହୋଇ ପାରିବ ସେ ଉପରେ ସମସ୍ତେ ସଂକଳ୍ପ ନେଇଥିଲେ । ଏହି ଅବସର ରେ ଗତ କିଛି ଦିନ ତଳେ ଛତିଶଗଡ ରାଜ୍ୟ ବିଜାପୁର ଠାରେ ଜଣେ ଯୁବ ସାମ୍ବାଦିକ ମୁକେଶ ଚନ୍ଦ୍ରକାର ଙ୍କୁ ହତ୍ୟା ଓ ଟିଟିଲାଗଡ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦୋଷୀ ମାନଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଦାବି ସହ ତୀବ୍ର ନିନ୍ଦା କରିଥିଲେ । ଏହି ଅବସର ରେ ସଂଘ ର ବରିଷ୍ଠ ସଦସ୍ୟ ବିଶ୍ୱଜିତ ପାଢ଼ୀ, ପବିତ୍ର ପ୍ରଧାନ ଓ ଲୋକନାଥ ମହାପାତ୍ର ଜିଲ୍ଲା ସଦର ମହକୁମା ରେ ସଂଘ ତରଫ ରୁ ଏକ କବିତା ଆସର ଆୟୋଜନ କରିବା ର ପ୍ରସ୍ତାବ ରଖି ସର୍ବସମ୍ମତି କ୍ରମେ ଗୃହୀତ କରାଇଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ଜାନୁୟାରୀ ୨୬ ରେ ଆୟୋଜନ ହେବାର ସ୍ଥିରୀକୃତ ହୋଇଛି । ଶେଷରେ ସଂଘ ର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପକ ମିଶ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ଆଜି ର ବନ୍ଧୁ ମିଳନ ଓ ସାଧାରଣ ବୈଠକ କାର୍ଯ୍ୟକ୍ରମରେ ଜିଲ୍ଲା ର ପାଞ୍ଚ ଗୋଟି ବ୍ଲକ ରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ସଗରିଆ,ନୂଆପଡା ବ୍ଲକ ସମ୍ପାଦକ ଶିଶିର ଭୂୟାଁ, ଅମିତ କୁମାର ପୁରୋହିତ, ସତିଶ ଯୋଶୀ, ଶାମ୍ବ ସରାଫ, ମୀନକେତନ ନାଏକ, ରିତେଶ ରାଥୋର, ଅଭିଷେକ ଆଚାରି , ଚନ୍ଦ୍ର ବେହେରା, ମୋହନ ଲାଲ ଦୀପ , ବିଶୁନାଥ ସାମଲ, ବିଶୁଧର ବାନଛୋର୍, , ପପ୍ପୁ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ