ନୂଆପଡ଼ା ଜିଲ୍ଲା ର ସାତଗୋଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭାରତ ସରକାରଙ୍କ ଦ୍ୱାରା ନେସନାଲ କ୍ୱାଲିଟି ଏସ୍ୟୁରେନ୍ସ ଷ୍ଟାଣ୍ଡର୍ଡ NQAS ମାନ୍ୟତା ପାଇଲା

Jan 5, 2025 - 10:36
 0  9
ନୂଆପଡ଼ା ଜିଲ୍ଲା ର ସାତଗୋଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭାରତ ସରକାରଙ୍କ ଦ୍ୱାରା ନେସନାଲ କ୍ୱାଲିଟି ଏସ୍ୟୁରେନ୍ସ ଷ୍ଟାଣ୍ଡର୍ଡ  NQAS ମାନ୍ୟତା ପାଇଲା

ନୂଆପଡ଼ା, ତା 04.01.25 ନୂଆପଡ଼ା ଜିଲ୍ଲାର ଚାରି ଗୋଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଵାସ୍ଥ୍ୟ ଉପ କେନ୍ଦ୍ର ଭାରତ ସରକାରଙ୍କ ଦ୍ୱାରା ସମ୍ମାନ ଜନକ ନେସନାଲ କ୍ୱାଲିଟି ଏସ୍ୟୁରେନ୍ସ ଷ୍ଟାଣ୍ଡର୍ଡ NQAS ମାନ୍ୟତା ଲାଭ କରିଛି l ଏଗୁଡ଼ିକ ହେଲେ ସ୍ଵାସ୍ଥ୍ୟ ଉପ କେନ୍ଦ୍ର ଗୋତମା, ପର୍ କୋଡ଼ ନୂଆପଡ଼ା ବ୍ଲକ୍ ଏଵଂ ଅଗ୍ରେନ୍ ଓ ଉଦ୍ୟାନ ବନ୍ଧ କୋମନା ବ୍ଲକ୍ l ଆଗରୁ ମଧ୍ୟ ତିନୋଟି ସ୍ଵାସ୍ଥ୍ୟ ଉପ କେନ୍ଦ୍ର ଟନ୍ ୱଟ, ସାରାବଙ୍ଗ ଓ ଆମସେନା ଏହି ମର୍ଯ୍ୟାଦା ପାଇଛନ୍ତି l ଏହା ଜିଲ୍ଲାପାଳ ଙ୍କ ନିରନ୍ତର ସମୀକ୍ଷା, ପ୍ରେରଣା, ଉତ୍ସାହ ଓ ପୃଷ୍ଠପୋଷକତା ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦିଲ୍ଲିପ ଦୁବେ ପ୍ରକାଶ କରିଛନ୍ତି l ଏହି ସଫଳତା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ଗୋଷ୍ଠୀ ସ୍ତରୀୟ ଓ ଜିଲ୍ଲାସ୍ତରୀୟ ସ୍ଵାସ୍ଥ୍ୟ କର୍ମଚାରୀ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିନନ୍ଦନ ଜଣାଇ ଏହି ପ୍ରଚେଷ୍ଟା ଜାରି ରଖିବା ପାଇଁ ଆହ୍ଵାନ ଦେଇଛନ୍ତି l

 ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ